ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବଡପଳଶାରେ ଆଦିମ ଖେରଓ୍ବାଲ କ୍ଳବ୍ ଆନୁକୁଲ୍ୟରେ ୫୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ବାବୁଲ ନାଚ

ମୟୂରଭଞ୍ଜ -୨୧/୧/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ଵହଳଦା ବ୍ଳକ ଅନ୍ତର୍ଗତ ବଡପଳଶା ପଞ୍ଚାୟତର ବଡପଳଶା ଗ୍ରାମର ଆଦିମ ଖେରଓ୍ବାଲ କ୍ଳବ୍ ଆନୁକୁଲ୍ୟରେ ୫୧ ତମ ବାର୍ଷିକ ୪ ଦୀବସୀୟ କ୍ରୀଡା ପ୍ରତିଯୋଗିତା ଏବଂ ଢାବୁଲ ନାଚ ମହାସମାରୋହରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ୧୮ ତାରିଖରୁ ଫୁଟବଲ ପ୍ରତିଯୋଗିତା ,କାତିଖେଳ‌ ପ୍ରତିଯୋଗୀତା ଆରମ୍ଭ ହୋଇଥିଲା । ଫୁଟବଲ ଖେଳରେ ଆଖପାଖ ଅଂଚଳରୁ ୩୨ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏଥିରେ ପୋଖରିଆ ଚମ୍ପିୟାନ ହୋଇଥିବାବେଳେ କେନ୍ଦୁଆ ରନର୍ସ ଅପ୍ ହୋଇଥିଲା । ସେହିଭଳି କାତି ଖେଳ‌ଆରମ୍ଭ ହୋଇଥିଲା ।ତଦସହ ଆଜି ଶନିବାର ଦିନ ଅନ୍ତିମ ଦିବସରେ ପାରଂପାରିକ ପୋଷାକରେମାଦଳ, ଢ଼ୋଲ୍ ତାଳେ ତାଳେ ପରସ୍ପରକୁ ଅଣ୍ଟାରେ ଧରାଧରି ହୋଇ ଢାବୁଲ ନୃତ୍ୟ ଆବାଳ ବୃଦ୍ଧ ବନିତା ପରାବେଷଣ କରିଥିଲେ ।ସମଗ୍ର ପଡିଆ ଆନନ୍ଦ ଉଲ୍ଲାସର ସହ ପ୍ରକମ୍ପିତ ହୋଇଥିଲା ।ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ସମ୍ମାନିତ ଅତିଥି ବିଶିଷ୍ଟ ସମାଜସେବୀ ଈଶାନ ମିଶ୍ର, ଵହଳଦା ବ୍ଳକ ଉପାଧ୍ୟକ୍ଷ ହିରନ ବସା,ବଡପଳଶା ସରପଞ୍ଚ ଗୀତାରାଣୀ ହେମ୍ବ୍ରମ ପ୍ରମୁଖ ଯୋଗ ଦେଇ ଖେଳାଳି ଓ ନୃତ୍ୟ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ।ଖେଳ ଭାଇଚାରା ଓ ସଂପର୍କ ଵଢାଇଥାଏ । ସାଂସ୍କୃତିକ କାର୍ଯ୍ୟକ୍ରମ ସେହି ଅଂଚଳର ସଂସ୍କୃତିକୁ ବ୍ୟାପକ ପ୍ରଚାର ଓ ପ୍ରସାର କରିଥାଏ ବୋଲି ଅତିଥିଗଣ କହିଥିଲେ ।ପରେ କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ହେମନ୍ତ ହାଁସଦା, ଉପସଭାପତି କୁଶାଲ ମୁର୍ମୁ, ସଂପାଦକ ଭାଉଁରା ହାଁସଦା,ସହ ସଂପାଦକ ସୁନିଲ ମୁର୍ମୁଙ୍କ ସମେତ ଅନ୍ୟମାନେ ପରିଚାଳନା ରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲାର ପେନଚାକ ସିଲାଟ ଖେଳାଳିମାନ “ଷଷ୍ଠ ତମ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା ୧୬ ଟି ସ୍ବର୍ଣ୍ଣ ପଦକ, ୪ ଟି ରୌପ୍ୟ ପଦକ ଓ ୧୨ ଟି କାଁସ୍ୟ ପଦକ ମୋଟ ୩୩ଟି ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା କୁ ଗୌରବ ଆଣିଛନ୍ତି

masiha

ପାଇକ ପୁରୁଣାକୋଟ ଠାରେ ଜିଲ୍ଲା ସ୍ତରୀୟ ଭଲିବଲ୍ ଟୁର୍ଣ୍ଣlମେଣ୍ଟ ଅନୁଷ୍ଠିତ

Sunil Chandra Nayak

୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!