ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଓଡ଼ିଶା ଡ଼୍ରାଇଭର ମହାସଂଘ ଆନୁକୁଲ୍ୟରେ ତୃତୀୟ ପ୍ରତିଷ୍ଠା ଦିବସ

 ମୟୂରଭଞ୍ଜ -୧୩/୫ (ମସିହା)ଓଡ଼ିଶା ଡ଼୍ରାଇଭର ମହାସଂଘ, ରାଇରଙ୍ଗପୁର ଶାଖାର ଆଜି ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ଡ଼୍ରାଇଭରୁ ସଂଘର ସଦସ୍ୟ ମାନେ ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ।ସମସ୍ତ ଡ଼୍ରାଇଭର ଭାଇ,ତାଙ୍କ ପରିବାର ଓ ସମାଜର ମଙ୍ଗଳ କାମନା କରି ପୂଜାର୍ଚ୍ଚନା ସହ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ସେଠାରୁ ଆସି ଟାକ୍ସି ଷ୍ଟାଣ୍ଡରେ ପ୍ରତିଷ୍ଠା ଉଦ୍ଦେଶ୍ୟରେ ପତାକା ଉତ୍ତୋଳନ କରିଥିଲେ ।ସମସ୍ତେ ଡ଼୍ରାଇଭର ମହାସଂଘର ଛତା ତଳେ ରହି ଐକ୍ୟ ମନୋଭାବ ରଖି ନିଜର ହକ୍ ହାସଲ ପାଇଁ ସଂଗ୍ରାମ ଜାରି ରଖିବାକୁ ଶପଥ ନେଇଥିଲେ । ରାଜ୍ୟ ସରକାର ସେମାନଙ୍କ ଦାବିପ୍ରତି ବିଚାର କରିବା ପାଇଁ ନିବେଦନ କରିଥିଲେ ।ସେଠାରୁ ଫେରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ରୋଗୀମାନଙ୍କ ବିଭିନ୍ନ ଓ୍ବାର୍ଡକୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ସେମାନଙ୍କୁ କଦଳୀ ଏବଂ ପାଉଁରୁଟି ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପବନ ଗୋପାଲ, ଅମୂଲ୍ୟ ମହାନ୍ତି, ଜ୍ଞାନ ରଂଜନ ମହାନ୍ତ,ଦୁର୍ଗା ସିଂ, ଶଙ୍କର ଗିରି,ଭରତ ଚୌଧୁରୀ,ଶମ୍ଭୁ ମହାକୁଡ଼,ପୁଲିନ ମୁଣ୍ଡା,ବିଜୟ ସିଂ,ରବି ସାହୁ,ଦିଲିପ ମହାନ୍ତ,ଛତିଶ ପଟନାୟକଙ୍କ ସମେତ ବହୁ ଡ଼୍ରାଇଭର ବଂଧୁ ସାମିଲ ହୋଇଥିଲେ ।ଡ଼୍ରାଇଭର ସଂଘର ସାମାଜିକ କାର୍ଯ୍ୟ କ୍ରମକୁ ରୋଗୀମାନେ ପ୍ରଶଂସା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନୂଆପଡା ଜିଲ୍ଲା – ଉଦ୍ଧାର ହୋଇ ଚିକିତ୍ସିତ କଲରାପତରିଆ ବାଘ ର ଆଜି ବିଳମ୍ବିତ ରାତ୍ରିରେ ମୃତ୍ୟୁ, ଆଠ ଜଣିଆ ପ୍ରତିନିଧି ଦଳ ସମ୍ମୁଖରେ ଶବ ବ୍ୟବଚ୍ଛେଦ

ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

masiha

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ,ଧର୍ମଗଡ ସ୍ଵଧାର ଗୃହ ପରିସରରେ ମିଳିତ ଯୋଗାଭ୍ୟାସ କଲେ ଅନ୍ତେବାସୀ

Sunil Chandra Nayak

Leave a Comment

error: Content is protected !!