ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ସରପଞ୍ଚ ବିଶିଷ୍ଟ ସମାଜସେବୀ ଯୁଧୁଷ୍ଠିର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ 

ପୂର୍ବତନ ସରପଞ୍ଚ ବିଶିଷ୍ଟ ସମାଜସେବୀ ଯୁଧୁଷ୍ଠିର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ 

କଟକ : କଟକ ସଦର ୪୨ମୌଜା କୂଳସରିଚୁଆଁ ପଞ୍ଚାୟତର ପୂର୍ବତନ ସରପଞ୍ଚ,ସମାଜସେବୀ,ଉତ୍ତମ ପୁଟବଲ ଖେଳାଳୀ ଯୁଧୁଷ୍ଠିର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ତାଙ୍କ ବାସଭବନ ପରିସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପୂଜ୍ୟ ଜଗଦିଶ ତ୍ରିପାଠୀ ସଭାପତିତ୍ବ କରିଥିଲେ । ପ୍ରଥମେ ତାଙ୍କ ଫଟୋଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ହେବା ସହିତ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ଓ ସର୍ବଧର୍ମ ପ୍ରାର୍ଥନାରେ ବେଦ ପାଠ ପଣ୍ଡିତ ଶକ୍ତିଧର ପତି,ଗୀତାପାଠ ଜ୍ୟୋତି ରଞ୍ଜନ ଭୋଳ,ଭାଗବତ ଜଗଦିଶ ତ୍ରିପାଠୀ,ପବିତ୍ର କୋରାନ ମିର୍ଜା ସରାଫତ୍ ବେଗ,ପବିତ୍ର ବାଇବେଲ ଚିତ୍ରସେନ ଦାସ ପାଠ କରିଥିଲେ । ସଭାରେ ହୃଦାନନ୍ଦ ପଟ୍ଟନାୟକ, ଖେଳାଳୀ ଓ କ୍ରୀଡ଼ା ଶିକ୍ଷକ ବିଜୟ ରାଉତରାୟ,ନାଟ୍ୟକାର ସମରେନ୍ଦ୍ର ମହାପାତ୍ର,କନ୍ୟା ସନ୍ଧ୍ୟାରାଣୀ ଜେନା,୪୨ ମୌଜା ଶାନ୍ତି କମିଟିର ଉପସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର,ପୂର୍ବତନ ସମିତି ସଭ୍ୟ ଚିନ୍ମୟ କୁମାର ଭୋଳ,ସମିତି ସଭ୍ୟ ଦିଲ୍ଲୀପ ବିହାରୀ,ଶାନ୍ତି କମିଟିର ସଭାପତି ପୂର୍ବତନ ସରପଞ୍ଚ ଶରତ ଚନ୍ଦ୍ର ରାୟ,କବି ଓ କ୍ରୀଡ଼ାବିତ୍ ବିଳାସ ଚନ୍ଦ୍ର ବେହେରା, ମହେଶ୍ଵର ବେହେରା,ପ୍ରଫୁଲ୍ଲ କୁମାର ଦାସ,ଶୁଭ୍ରାଂଶୁ ମହାପାତ୍ର, ତାଙ୍କର ସମସ୍ତ ପୁତ୍ର,କନ୍ୟା ଜାମାତା ଓ ପରିବାରର ସମସ୍ତ ବନ୍ଧୁ ଉପସ୍ଥିତ ରହି ସ୍ବର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଥିଲେ । ସନ୍ଥ ଶ୍ରୀ ଶ୍ରୀ ରେକି ମିଶନ ବାବା ଯୋଗଦାନ କରିଥିଲେ । ୪୨ମୌଜା ବିକାଶ ପରିଷଦର ସଂପାଦକ ନାଟ୍ୟକାର ସନ୍ତୋଷ କୁମାର ପତି ସଭାକାର୍ଯ୍ୟ ପରିଚାଳନା କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରା ସ୍ଥିତ ମଧୁ ମାଧବ ତୀର୍ଥକ୍ଷେତ୍ର କୁ ଶ୍ରୀରାମ ସେନା ପକ୍ଷରୁ ବାଇକ ଶୋଭାଯାତ୍ରା

masiha

ଗୋଷ୍ଠୀ ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

masiha

ରାଇରଙ୍ଗପୁରରେ ବାଦଲ ଫଟା ବର୍ଷାରେ ସହରବାସୀ ଵେହାଲ

masiha

Leave a Comment

error: Content is protected !!