ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଡିପିଓ କାର୍ଯ୍ୟାଳୟ ଆଗରେ ମିଶନଶକ୍ତି ମହିଳା ମାନଙ୍କ ଧାରଣା

ବାଲେଶ୍ଵର,୧୩/୫/୨୩ – ବାଲେଶ୍ଵର ଜିଲ୍ଲା ବସ୍ତା ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ମିଶନ ଶକ୍ତି ମହିଳା ମାନଙ୍କ ପଖ୍ଯରୁ ଧାରଣା । ସୂଚନା ଅନୁସାରେ ଦୀର୍ଘ ଦିନ ଧରି ବସ୍ତା ସିଡିପିଓଙ୍କ ମନମୁଖୀ କାର୍ଯ୍ୟକୁ ସହ୍ୟ କରି ନପାରିବା ଏବଂ ବାରମ୍ବାର ସିଡିପିଓ ତଥା ତାଙ୍କ ସ୍ବାମୀଙ୍କ ଦବଙ୍ଗଗିରିର ଶିକାର ହେଉଥିବା ନେଇ ମହିଳା ମାନଙ୍କ ଦ୍ବାରା ଅଭିଯୋଗ ହୋଇଛି । ଦୀର୍ଘ ଦିନ ଧରି ମହିଳା ମାନେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଡ୍ରେସ ତିଆରି କରି ଯୋଗାଇ ଥିବା ବେଳେ ସିଡିପିଓ ବିଲ ନକରି ମହିଳା ମାନଙ୍କ ଠାରୁ ଉତ୍କୋଚ ନେଲେ ବିଲ କରିବାର ଧମକ ଦେଉଛନ୍ତି ।ମିଶନ ଶକ୍ତି ପକ୍ଷରୁ ଏହାର ବିରୋଧ କରାଯିବାରୁ ସିଡିପିଓ, ବିପିସି ଏବଂ ବିପିଏ ଙ୍କ ବିରୋଧରେ ଏସ ଏଚ ଜି ଗୃପ ମାନଙ୍କ ପାଖରୁ ଅର୍ଥ ଲୁଟ, ସିଡିପିଓଙ୍କ ଜାଲ ଦସ୍ତଖତ, ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀଙ୍କୁ ଲିଖିତ ଜଣାଇବା ପରେ, ମହିଳା ମାନେ ଏକତ୍ରିତ ହୋଇ ସିଡିପିଓଙ୍କ ମନମୁଖୀ କାର୍ଯ୍ୟକୁ ସମାଲୋଚନା କରିବା ସହିତ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହିତ ସିଡିପିଓଙ୍କ ବଦଳି ଦାବି କରିଛନ୍ତି । ତେବେ ଧାରଣ ଦିନ ସିଡିପିଓ କିମ୍ବା ତାଙ୍କ ସ୍ବାମୀ କାର୍ଯ୍ୟାଳୟକୁ ଆସିନଥିବା ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

Sunil Chandra Nayak

ରାୟଗଡ଼ାରେ ଛତୁ ଫୁଟିଲା ଭଳି ବିରିୟାନୀ ଷ୍ଟଲ୍ ଚଟାକ୍ ରଙ୍ଗରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ଅଭିଯୋଗ; ଫୁଡ୍ ସେଫ୍ଟି ବିଭାଗର ନିଘା କେଉଁଠି?

Sunil Chandra Nayak

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ରାଉରକେଲାକୁ ମିଳିଲା ସମ୍ବଲପୁର ବିଶ୍ବ ବିଦ୍ୟାଳୟର ସ୍ଥାୟୀ ସହବନ୍ଧନ ସ୍ବୀକୃତି 

masiha

Leave a Comment

error: Content is protected !!