ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ପଞ୍ଚମ ସାମ୍ବତ୍ସରିକ ନାମଯଜ୍ଞ ତିନି ଦିନ ରେ ହେଲା ପୂର୍ଣ୍ଣାହୁତି

ନବରଙ୍ଗପୁର– (ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନରେ ଥିବା ଜଟାବାଲ ପାଖ ଜାମ୍ବଗୁଡା ଓଂ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ଦେବଙ୍କ ବିଜେ ସ୍ଥଳୀରେ 3 ଦିନ ବ୍ୟାପୀ ବାବା ସଦଗୁରୁଦେବ ଅରକ୍ଷିତ ଓଝା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବିଶ୍ଵଶାନ୍ତି ମହାଯଜ୍ଞ ଏବଂ ପଞ୍ଚମ ସାମ୍ବତ୍ସରିକ ନାମଯଜ୍ଞ ର ପୂର୍ଣ୍ଣାହୁତି ଶାନ୍ତି ଶୃଙ୍ଖଳା ରେ ସମାପନ ହୋଇଯାଇଛି l ଏହି ଅବସରରେ ତା 9/5/2023 ରିଖ ଜ୍ୟେଷ୍ଠ ପକ୍ଷ ମଙ୍ଗଳବାର ଅଙ୍କୁରାରୋପଣ, ତା 10/5/2023 ପଞ୍ଚମୀ ବୁଧବାର ରେ କଳସ ଯାତ୍ରା ଓ ଅଧିବାସ,ମଞ୍ଚ ରେ ରାସ ପରିବେଷଣ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ lଗୋ ପୂଜା, ସୂର୍ଯ୍ୟ ପୂଜା, ଅଗ୍ନିପୂଜା, ଅଗ୍ନି ସ୍ଥାପନ, ରାସ ପରିବେଷଣ ଓ ପ୍ରବଚନ ସନ୍ଧ୍ୟା ସାତ ଘଟିକା, ତା 11/5/2023 ଷଷ୍ଠି ଗୁରୁବାର ଗୋପୂଜା,ସୂର୍ଯ୍ୟ ପୂଜା, ଆହୁତି ପ୍ରଦାନ, ରାସ ପରିବେଷଣ ଓ ପ୍ରବଚନ ସନ୍ଧ୍ୟା 7 ଘଟିକା, ତା12/5/2023ସପ୍ତମୀ ଶୁକ୍ରବାର ଗୋପୂଜା,ସୂର୍ଯ୍ୟ ପୂଜା, ଆହୁତି ପ୍ରଦାନ, ପୂର୍ଣ୍ଣାହୁତି, ଚରୁଅର୍ଣ୍ଣ ବଣ୍ଟନ,ରାସ ପରିବେଷଣ ଓ ପ୍ରବଚନ ସନ୍ଧ୍ୟା 7 ଘଟିକା, ଏହି କାର୍ଯ୍ୟକ୍ରମ କମିଟିର କର୍ମକର୍ତ୍ତା ମାନଙ୍କ ଦ୍ଵାରା ସୁରୁଖୁରୁରେ ସମ୍ପାଦନ ହୋଇ ଥିଲା l ତିନି ଦିନ ଯାକ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ନିମନ୍ତେ ଆନନ୍ଦ ବଜାର ରେ ପ୍ରସାଦ ସେବନର ବ୍ୟବସ୍ଥା କରାଇଥିଲେ lପୂଜକ ଅମିତାଭ ପଣ୍ଡା,କମିଟି ସଭାପତି ହରିଶ୍ଚନ୍ଦ୍ର ଜେନା, ସମ୍ପାଦକ ରବି ଅଗ୍ରୱାଲ, କୋଷାଧ୍ୟକ୍ଷ ସୂରଜ କୁମାର ଭୋଇ, ଭାଗବାନ ବେହେରା, ରମାକାନ୍ତ ସ୍ୱାଇଁ, ରାଜେଶ ଅଗ୍ରୱାଲ, ମାୟାଧର ମିଶ୍ର, ସନ୍ତୋଷ କୁମାର ଦାସ, ରାକେଶ କୁମାର ଦାସ ପ୍ରମୂଖ ଅନ୍ୟ ମାନଙ୍କ ସହଯୋଗ ରେ ବେଶ୍ ସରସ ସୁନ୍ଦର ହୋଇ ଚାଲିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆରମ୍ଭ ହେଲା ଖଣିସହର ବାନେଇକଳାରେ ପ୍ରସିଦ୍ଧ ଗଣେଶ ପୂଜା

masiha

ରାମେଶ୍ଵର ମହାଦେବ ଜୀଉ ମନ୍ଦିର ପରିସରରେ ୨୯ତମ ପଞ୍ଚ କୁଣ୍ଡୀୟ ବିଶ୍ଵଶାନ୍ତି ମହାଯଜ୍ଞ ସଂପୂର୍ଣ୍ଣ 

Sunil Chandra Nayak

ପାଳନ ହେଲା ମା’ ଅମ୍ବିକା ଆଶ୍ରମର ପ୍ରତିଷ୍ଠା ଦିବସ ଓ ଅକ୍ଷୟ ତୃତୀୟା

masiha

Leave a Comment

error: Content is protected !!