ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମୋକିଆରେ ନୂତନ ରଥ କାଠ ଅନୁକୂଳ

ପାପଡାହାଣ୍ଡି,23/4, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ସଦର ମହାକୁମାର ଜଗନ୍ନାଥ ମନ୍ଦିରରେ ରବିବାର ଅକ୍ଷୟ ତୃତୀୟା ପାଳନ ହୋଇଯାଇଛି | ଆୟୋଜିତ କାର୍ଯ୍ୟକ୍ରମରେ ନୂତନ ରଥ କାଠ ଅନୁକୂଳ ହୋଇଥିଲା | ମନ୍ଦିରରେ ପୂଜାର୍ଚ୍ଚନା ପରେ ରଥ କାଠରେ ଅଖ ଲଗାଯାଇଥିଲା | ମନ୍ଦିରରେ ସ୍ଥାନୀୟ ସରପଞ୍ଚ ଜଗତ ଜୀବନ ନାୟକ, ଯୁଗଳ ବିଶୋଇ, ଅଭିମନ୍ୟୁ ପଣ୍ଡା, ରଜନୀ ସାସମଲ, ପ୍ରହ୍ଲାଦ ଗୁପ୍ତା, ପୂଜକ କୈଳାଶ ପାଣିଗ୍ରାହୀ, ହିରଣ୍ୟ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ | ଅଞ୍ଚଳର ବହୁ ପୁରାତନ ମନ୍ଦିର ଭାବେ ମୋକିଆ ମନ୍ଦିର | ପ୍ରତିବର୍ଷ ରଥଯାତ୍ରାରେ ଏଠାରେ ପ୍ରବଳ ଭିଡ଼ ଜମେ | ଚଳିତ ବର୍ଷ ନୂତନ ରଥ କାଠରେ ଯାତ୍ରା ଅନୁଷ୍ଠିତ ହେବ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚାରି ମନ୍ଦିରର ପ୍ରତିଷ୍ଠା ଉତ୍ସବ

masiha

ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣିଙ୍କ ଡଙ୍ଗର ଯାତ୍ରା, ରକ୍ତରେ ରଞ୍ଜିତ ହେଲା ଦେବୀ ପୀଠ

masiha

ଧୋଡ୍ରା ତେଲକୋନାରୀ ମା ଦନ୍ତେଶ୍ଵରୀ ଓ ବୁଢା ଦେଓ ମନ୍ଦିର ପ୍ରତିଷ୍ଟାରେ ଯୋଗଦେଲେ ବିଭିନ୍ନ ଦେବା ଦେବୀଙ୍କ ବୀମାନ

Sunil Chandra Nayak

Leave a Comment

error: Content is protected !!