ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ କୃଷକ ଦିବସ ପାଳିତ

ପାପଡାହାଣ୍ଡି,23/4, ମନିସ — ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଠାରେ କୃଷକ ଦିବସ ପାଳିତ ହୋଇଯାଇଛି | ସ୍ଥାନୀୟ ଚାଷୀଙ୍କ ଚାଷ ଜମିରେ ଏ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଏଥିରେ ଅତିଥି ଭାବେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ପୂର୍ବତନ ବ୍ଲକ ଉପାଧକ୍ଷ ତ୍ରିନାଥ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ | ଏହି ଅବସରରେ ପୂଜାର୍ଚ୍ଚନା ସହ ଅତିଥି ମାନେ ଅଖି ମୁଠି ପକାଇଥିଲେ | କାର୍ଯ୍ୟକ୍ରମରେ ଏଏଓ ସୌମ୍ୟରଞ୍ଜନ ମହାପାତ୍ର , ସରପଞ୍ଚ ଚନ୍ଦ୍ର ଶେଖର ମାଝୀ, ଅବରସର ତୀର୍ଥ ଚାରଣ ନାୟକ, ପ୍ରକାଶ ଚନ୍ଦ୍ର ମିଶ୍ର, ଉମାଶଙ୍କର ରଥ, ସୌରଭ ଜୈନ, ବିଷ୍ଣୁ ପ୍ରିୟା ସାହୁ, ପୁନମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମରେ ଚାଷ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଜନଜାତି ସୁରକ୍ଷା ମଞ୍ଚ,ନବରଙ୍ଗପୁର ଙ୍କ ଦ୍ଵାରା ହେଲା ସାମ୍ବାଦିକ ସମ୍ମିଳନୀ 

masiha

ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ପ୍ରଥମ ବିଶ୍ୱ ଓଡିଆ ଦିବସ – ୨୦୨୪ ପାଳିତ 

masiha

ଧର୍ମଗଡ଼ ସାହିତ୍ୟ ଓ ସଂସ୍କୃତି ସଂସଦ ତରଫରୁ ମହାବିଷୁବ ମିଳନ ପାଳନ

Sunil Chandra Nayak

Leave a Comment

error: Content is protected !!