ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରୀ କରିବା ଅଭିଯୋଗରେ ୩ ଯୁବକ ଗିରଫ 

ଚୋରୀ କରିବା ଅଭିଯୋଗରେ ୩ ଯୁବକ ଗିରଫ 

ଡାବୁଗାଁ, ୨୫/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଚୋରୀ ଅଭିଯୋଗରେ ୩ ଜଣ ଯୁବକ ଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ୨୦/୯/୨୪ ଦିନ ରାତିରେ ଡାବୁଗାଁ ଥାନାର ଶିଂସାରି ଫାଣ୍ଡି ଅଧୀନ ଓଲମାଗୁଡା ଗ୍ରାମ ଛକରେ ଥିବା ଏକ ମୋବାଇଲ ଦୋକାନର ସଟର ଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରୀ ହୋଇଥିଲା | ପରଦିନ ସକାଳୁ ଗ୍ରାମବାସୀ ଦୋକାନ ସଟର ଭଙ୍ଗା ଯାଇବା ଦେଖି ଦୋକାନ ମାଲିକ କାରାଗାଁ ଗ୍ରାମର କ୍ରୀଷ୍ଣାମୁରାରୀ ସିଂଙ୍କୁ ଖବର ଦେଇଥିଲେ | ଖଥିବର ପାଇ କ୍ରୀଷ୍ଣା ଦୋକାନ ରେ ପହଞ୍ଚି ଦେଖିଥିଲେ ଯେ ଚୋରୀ ହୋଇଛି | ଏହାପରେ ୨୩/୯/୨୪ ଦିନ କ୍ରୀଷ୍ଣାମୁରାରୀ ସିଂ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଶିଂସାରି ଫାଣ୍ଡି ଅଧିକାରୀ ହରିହର ଭତ୍ରା ଦଦନ୍ତ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ | ଚଢାଉ କରି ମଙ୍ଗଳବାର ୩ ଜଣ ଯୁବକ ଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରିବାରୁ ଯୁବକ ମାନେ ଚୋରୀ କରିଥିବା ସ୍ଵୀକାର କରିଥିଲେ | ତାଙ୍କ ପକ୍ଷରୁ ଏଲସିଡି ଟିଭି – ୩ ଟି, ବ୍ଲୁଟୁଥ – ୫ ଟି, ମୋବାଇଲ – ୨ ଟି ଓ ଚାର୍ଜର କେବୁଲ ୨ ଟି ଜବତ କରାଯାଇଛି | ଅଭିଯୁକ୍ତ ମାନେ ହେଲେ ଡାବୁଗାଁ ଥାନା ଅଧୀନ ବିଜାପୁର ଗ୍ରାମର ସନ୍ତୋଷ ଦାଶ (୨୩), ଜାମୁଗୁଡା ଗ୍ରାମର ଭରତ ପନକା (୨୮) ଓ ଉମରକୋଟ ଥାନା ଅଧୀନ ଆସାମଗୁଡା ଗ୍ରାମର କର୍ଣ୍ଣ ଭତ୍ରା (୨୮) | ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି | ଏନେଇ ଥାନା କେସ ନଂ ୧୭୩/୨୪ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବନ୍ୟ ଜନ୍ତୁ ଶିକାର ଏବଂ ବନ୍ଧୁକ ରଖିବା ଅଭିଯୋଗରେ ଦୁଇ ଗିରଫ

Sunil Chandra Nayak

ଭିଜିଲାନ୍ସ ହାତରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧୂକାରୀ 

masiha

କାର ଦୁର୍ଘଟଣା ରେ ଦାଦନ ଶ୍ରମିକ ଙ୍କ ମୃତ୍ୟୁ

masiha

Leave a Comment

error: Content is protected !!