ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଆନ୍ତୋଦୟ ଦିବସ:ସମ୍ବର୍ଦ୍ଧିତ ହେଲେ କୃଷି,ଶିକ୍ଷା ,ସ୍ବାସ୍ଥ୍ୟ ,ଶିଶୁ ବିକାଶ ବିଭାଗର ଶ୍ରେଷ୍ଠ କର୍ମୀ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଆନ୍ତୋଦୟ ଦିବସ:ସମ୍ବର୍ଦ୍ଧିତ ହେଲେ କୃଷି,ଶିକ୍ଷା ,ସ୍ବାସ୍ଥ୍ୟ ,ଶିଶୁ ବିକାଶ ବିଭାଗର ଶ୍ରେଷ୍ଠ କର୍ମୀ

ତେନ୍ତୁଳିଖୁଣ୍ଟି ୨୫/୦୯/୨୪  // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ସଂପୂର୍ଣ୍ଣ ତା ଅଭିଯାନ ରେ ଅନ୍ତୋଦୟ ଦିବସ ପାଳିତ ହୋଇ ଯାଇଛି। ଆକାଂକ୍ଷା ଜିଲ୍ଲା ନବରଙ୍ଗପୁର ର ଡ଼ା ବୁ ଗାଁ ଓ ତେନ୍ତୁଳିଖୁଣ୍ଟି ବ୍ଲକ କୁ ଆକାଂକ୍ଷା ବ୍ଲକ ଭାବେ ନିଆଯାଇଛି। ଏହି ଦୁଇ ବ୍ଲକ ରେ ଶିକ୍ଷା କ୍ଷେତ୍ରରେ ଶୂନ୍ୟ ଡ୍ରପ ଆଉଟ୍ ,ଉନ୍ନତ କୃଷି ପ୍ରଣାଳୀ ରେ ଚାଷ ସହ ସରକାରୀ ସୁବିଧା ଶତ ପ୍ରତିଶତ ଚାଷୀ ପାଇବା ,ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଶିଶୁମାତୃମୃତ୍ୟୁ ହାର ଶୂନ୍ୟ ,ରକ୍ତ ହୀନତା ଶିକାର ମାତୃ ସଂଖ୍ୟା ଶୂନ୍ୟ ଆଦି ମୁଖ୍ୟ ଲକ୍ଷ୍ୟ। ପିରାମଲ ଫାଉଣ୍ଡେସନ ଆକାଂକ୍ଷା ଜିଲ୍ଲା ର ଆକାଂକ୍ଷା ବ୍ଲକ ରେ ଏହି ଦାୟିତ୍ଵ ନେଇଛି।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଫାଉଣ୍ଡେସନ ର ପ୍ରୋଗ୍ରାମ ମେନେଜର ବିକ୍ରମ ରଣା କାର୍ଯ୍ୟକ୍ରମ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ସଚେତନତା ପାଇଁ ସ୍ଥାନୀୟ କଳାକାର ଙ୍କୁ ନେଇ ଗଳି ଗଳି ରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା,ବିଭିନ୍ନ ସରକାରୀ ପ୍ରୋତ୍ସାହନ ସମ୍ପର୍କରେ ଷ୍ଟଲ୍ କରି ସଚେତନ କରିବା, ଚାଷୀ ଙ୍କ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ କରିବା ପାଇଁ ସଚେତନ କରାଇବା, ସ୍ବାସ୍ଥ୍ୟ ଶିବିର କରିବା ସହ ପ୍ରୋତ୍ସାହନ ପାଇଁ ଶିକ୍ଷା ସ୍ବାସ୍ଥ୍ୟ ,ଶିଶୁ ବିକାଶ ଓ ଶିକ୍ଷା କ୍ଷେତ୍ରରେ ଭଲ କାର୍ଯ୍ୟ କରୁଥିବା କର୍ମୀ ବା ଅଧିକାରୀ ଙ୍କୁ ସମ୍ବର୍ଦ୍ଧିତ କରିବା ବୋଲି ଉଲ୍ଲେଖ କରିଥିଲେ। ସିନିୟର୍ ପ୍ରୋଗ୍ରାମ ଲିଡର ଧନ୍ସୁଲ ବଂସଡ ଏହି ଅବସର ରେ କେନ୍ଦ୍ର ର ଏହି ଯୋଜନା ର ଲକ୍ଷ୍ୟ ସମ୍ପର୍କ ରେ କହିଥିଲେ। ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମ ରେ ଯୋଗଦେଇ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ,ମହିଳା ସ୍ବାସ୍ଥ୍ୟ କର୍ମୀ ,କୃଷି କର୍ମଚାରୀ ଓ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ ଏହି ସରକାରୀ କାର୍ଯ୍ୟକ୍ରମ ର ସଫଳତା ତଳ ସ୍ତର ର କର୍ମଚାରୀ ଯେଉଁମାନେ ଗ୍ରାଉଣ୍ଡ ଜିରୋ ରେ କାର୍ଯ୍ୟକ୍ରମ କରୁଛନ୍ତି ବୋଲି କହିଥିଲେ। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିନିତା ଯେଠି ଉପସ୍ଥିତ ରହି ବିଭାଗ ର ବିଭିନ୍ନ ଲକ୍ଷ୍ୟ ଓ କାର୍ଯ୍ୟକ୍ରମ ର ରୂପାୟନ ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତେନ୍ତୁଳିଖୁଣ୍ଟି ଦାୟିତ୍ଵ ରେ ଥିବା କିରଣ ପ୍ରଧାନ ଗାନ୍ଧୀ ଫେଲୋ ଅନିଲ ଓ ମିତଲି ମଧ୍ୟ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧିତ ହୋଇଥିବା ବ୍ୟକ୍ତିତ୍ଵ ହେଲେ ଜଳବନ୍ଦିଟାଙ୍ଗନି କୋଟ ର ଶିକ୍ଷକ ରତିୟ ହରିଜନ, ପାତ୍ର ପୁଟ ମହିଳା ସ୍ୱାସ୍ଥ୍ୟ କର୍ମୀ କବିତା ସେଠୀ, ବରଡ଼ା ଝୋଡ଼ି ର ଆଶାକର୍ମୀ ରାଧିକା ନାୟକ, ଓଲମା ର ଅଙ୍ଗ ନ ବାଡି କର୍ମୀ ବିଳାସିନୀ ରାଜୁ , ଏ ଟି ଏମ ବାଳ ଗୋବିନ୍ଦ ସାହୁ ପ୍ରମୁଖ ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଓଡ଼ିଶା ରାଷ୍ଟ୍ରବାଦୀ ସଂଘ ପକ୍ଷରୁ ସମ୍ବର୍ଧନା ପ୍ରଦାନ 

Sunil Chandra Nayak

ଗଠନ ହେଲା ଶିକ୍ଷକ ସମନ୍ୱୟ କମିଟି 

masiha

ଏଡିଜେ କୋର୍ଟ ସ୍ଥାପନ ଦାବିରେ ବୁଧୁବାର ଖଡ଼ିଆଳ ବନ୍ଦ

masiha

Leave a Comment

error: Content is protected !!