ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭୁବନ ଅଞ୍ଚଳରେ ପୁଣି କଳାକନା ବୁଲାଇଲେ ଚୋର

କାମାକ୍ଷାନଗର (ମନିସ )24/3/23 ଭୁବନ ଅଞ୍ଚଳରେ ଚୋରି ଡକାୟତି ଦିନକୁ ଦିନ ବଢ଼ିଚାଲିି ଥିବା ବେଳେ, ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ପ୍ରତି ପ୍ରଶାସନର ତିଳେ ମାତ୍ର ଚିନ୍ତା ନାହିଁ, ଯାହାର ଜ୍ୱଳନ୍ତ ଊଦାହରଣ ଦେଖିବାକୁ ମିଳିଛି ୱାର୍ଡ ନମ୍ବର ୨ ର କୋକ୍ଣ ସାହି ରୁ ଭୁବନ ମହିଳା ମହାବିଦ୍ୟାଳୟ କୁ ଦେଇ ଯାଇଥିବା ମୁଖ୍ୟ ରାସ୍ତା କଡ଼ରୁ ।

ସୂଚନାରୁ ଜଣା ପଡ଼ିଛି କାଳନ୍ଦୀ ଚରଣ ସାହୁ ବୟସ ୪୨ ବର୍ଷ ପୁରୀ ବୁଲିବାକୁ ଯାଇଥିବା ବେଳେ ତାଙ୍କ ଘରେ ସମୁଦାୟ ସାତ ଜଣ ଶୋଇଥିଲେ । ଯାହାର ସୁଯୋଗ ନେଇଥିଲେ ଚୋର। ଘରେ ସମସ୍ତେ ଶୋଇଥିବା ସମୟରେ ଘର ଝରକା ଭାଙ୍ଗି ନେଇଗଲେ ୪ ଭରି ସୁନା ଏବଂ ଲକ୍ଷlଧିକ ଟଙ୍କା। ତେବେ ଆଜି ସକାଳେ ଭୁବନ ପୋଲିସ ଖବର ପାଇ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୟପାଟଣା:ଦିନ ଦ୍ବିପ୍ରହରରେ ଗୁଣ୍ଡାଗିରୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

Sunil Chandra Nayak

କୁଡ଼ିଆ ଘର ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କଲା ଝରିଗାଁ ପୋଲିସ

Sunil Chandra Nayak

ଦିନ ଦ୍ବିପହରରେ ଗ୍ୟାସ୍ ସିଲିଣ୍ଡର୍ ଠକେଇ ମାମଲାରେ ଦୁଇ ଝାଡଖଣ୍ଡୀକୁ ବାନ୍ଧିଲେ ଗ୍ରାମବାସୀ ଏବଂ ପୋଲିସକୁ ଜିମା

Leave a Comment

error: Content is protected !!