ପାପଡାହାଣ୍ଡି,12/7, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ସତନାମୀ ସାହିର ଏକ କୂଅରୁ ବୁଧବାର ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି | ସେ ହେଲେ ସାହିର କବିତା ସତନାମୀ | ତାଙ୍କର ମାନସିକ ସ୍ଥିତି ଠିକ ନଥିବା ବେଳେ ଅପରାହ୍ନ 1 ଘଣ୍ଟା ପରେ ସେ ଘରୁ ବାହାରିଥିଲେ, ଖୋଜା ଖୋଜି କରିବା ପରେ ନିକଟସ୍ତ ଖୋଲା କୂଅ ଭିତରୁ ତାଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା | ଏ ନେଇ ପାପଡାହାଣ୍ଡି ପୋଲିସକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ପହଁଚି ଶବ ଉଦ୍ଧାର କରିଥିଲା | ମୃତ୍ୟୁ କାରଣ ଜଣା ପଡ଼ିନଥିବା ବେଳେ ତାଙ୍କର ମାନସିକ ସ୍ଥିତି ଠିକ ନ ଥିବାରୁ ପଡିଯାଇଥିବା ସନ୍ଦେହ କରଯାଉଅଛି |