ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଓ ପନିପରିବା ର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ କରିବା ଦାବିରେ ସି ପି ଆଇ ଏମ୍ ର ବିକ୍ଷୋଭ

ରାଉରକେଲା/ସି ପି ଆଇ ଏମ୍, ରାଉରକେଲା ଆଂଚଳିକ କମିଟି ପକ୍ଷରୁ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଯଥା ଖାଇବା ତେଲ, ଡାଲି,ଆଳୁ, ପିଆଜ, ମସଲା ଓ ପନିପରିବା ର ଆକାଶଛୁଆଁ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକ ଙ୍କ ଦୈନଦିନ ଜୀବନ ଦୁର୍ବିସହ ହୋଇପଡ଼ିଛି। କରୋନା ମହାମାରୀ ପରେ ଲୋକଙ୍କ ରୋଜଗାର ବହୁ ଗୁଣରେ ହ୍ରାସ ପାଇଥିଲା ବେଳେ ଲକ୍ଷ ଲକ୍ଷ ଯୁବକଯୁବତୀ ଚାକିରି ହରାଇ ବେକାର ହୋଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ମୋଦି ସରକାର ଙ୍କ କର୍ପୋରେଟ ଓ ପୁଂଜିପତି ତୋଷଣକାରୀ ନୀତି ଗ୍ରହଣ କରିବା ଯୋଗୁଁ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ ସିଲିଣ୍ଡର ର ଦର ମଧ୍ୟ ହ୍ରାସ ପାଇବା ନାଁ ନେଉନାହିଁ। ମୋଦି ସରକାର ଙ୍କ ଆଛାଦିନ ଲୋକଙ୍କ ପାଇଁ ବୁରାଦିନ ହୋଇଯାଇଛି। ତାଙ୍କ ୯ ବର୍ଷ ର ଶାସନରେ ରନ୍ଧନ ଗ୍ୟାସ ସିଲିଣ୍ଡର ୪୫୦ ଟଙ୍କାରୁ ୧୨୦୦ ଟଙ୍କାରେ ପହଞ୍ଚିଛି। ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କା ତଳକୁ ଖସୁନାହିଁ। ଆମ ରାଜ୍ୟ ଓଡ଼ିଶାର ସର୍ବନିମ୍ନ ମଜୁରୀ ସମଗ୍ର ଦେଶରେ ସବୁଠାରୁ କମ୍। ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରିବା ପାଇଁ ସରକାର ଙ୍କ କୌଣସି ଆନ୍ତରିକତା ନାହିଁ। ଘରେ ଘରେ ବେକାର। ସରକାର ତୁରନ୍ତ ଦରଦାମ ନିୟନ୍ତ୍ରଣ କରିବା ସହିତ କଳାବଜାରୀ ରୋକିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ପାନପୋଷ ଉପ ଜିଲ୍ଲାପାଳ ଙ୍କ ଜରିଆରେ ଏକ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାର୍ଟି ପକ୍ଷରୁ ପ୍ରଦାନ କରାଯାଇଛି।

  ଆଜିର ବିକ୍ଷୋଭ ରେ ସି ପି ଆଇ ଏମ୍, ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଅଧ୍ୟକ୍ଷତା କରିଥିଲା ବେଳେ ପାର୍ଟି ର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ବିମାନ ମାଇତି, ସୁରେନ୍ଦ୍ର ଦାଶ, ରାଉରକେଲା ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଦସ୍ୟ ବସନ୍ତ ନାୟକ,ଅଜୟ ଶର୍ମା, ବିଶ୍ଵଜିତ ମାଝୀ, ଯଯାତି କେଶରୀ ସାହୁ, ଚନ୍ଦ୍ରଭାନୁ ଦାସ, ଆଂଚଳିକ କମିଟି ସଦସ୍ୟ ଲକ୍ଷ୍ମୀଧର ନାୟକ, ସୁରେନ୍ଦ୍ର ମହାନ୍ତି, ଏନ୍ ଏନ୍ ପାଣିଗ୍ରାହୀ, ଦିବାକର ମହାରଣା, ଅରିନ୍ଦମ ଦତ୍ତ, ଅରୁଣ ମହାରଣା, କବି ପ୍ରଧାନ, ରଘୁନାଥପାଲୀ ଆଂଚଳିକ ସାଂଗଠନିକ କମିଟି ନେତା ଅରୁ ଦାସ,ବିନୟ ବେଉରିଆ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦରଦାମ ବୃଦ୍ଧି ରୁ ସାଧାରଣ ଲୋକଙ୍କୁ ରକ୍ଷା କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ ନଚେତ ଆଗାମୀ ଦିନରେ ପାର୍ଟି ପକ୍ଷରୁ ବୃହତ୍ତର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିଲେ।

  ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସି ପି ଆଇ ଏମ୍ ନେତା ବାସୁଦେବ ସାହୁ, ଏନ୍ କେ ରାଉତରାୟ, ପ୍ରମୋଦ ପରିଡ଼ା, ନିରଞ୍ଜନ ସିଂହ, ଶୁଭେନ୍ଦୁ ମହାନ୍ତି,ତଲତ ଅନସାରୀ, ଉମାକାନ୍ତ ରାୟ, ଜଗବନ୍ଧୁ ରାଉତ, ଜନ୍ମେଜୟ ଘୋଷ, ମନୋଜ ଜେନା, ଜୟନ୍ତୀ ମୋହିନୀ, ଅନିତା ରଜକ,ସିମାଞ୍ଚଳ ମୋହିନୀ, ରିତା ଦେବୀ,ପ୍ରଭାବତୀ ଦେବୀ,ଅନଜୁ ଦେବୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡ଼.ସୁରେଶ ବରାଡ଼ଙ୍କ କବିତା ସଂକଳନ “ଗୁରୁ” ଉନ୍ମୋଚିତ

masiha

ବାରିପଦା ରଜ ମୌଜ ଅନୁଷ୍ଠାନ ତରଫରୁ ରଜ ଉତ୍ସବ ପାଳିତ

masiha

ଖଲିଆକାନି ବିଦ୍ୟାଳୟ ଗେଟ ରେ ଜାଗା ମାଲିକ ତାଲା ବନ୍ଦ ଘଟଣା : ତହସିଲଦାର ଙ୍କ ହସ୍ତକ୍ଷେପ ପରେ ଖୋଲିଲା ବିଦ୍ୟାଳୟ ର ସ୍କୁଲ ଗେଟ

Sunil Chandra Nayak

Leave a Comment

error: Content is protected !!