ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ବିଦ୍ୟାଳୟର ଗସ୍ତ ସହ ଖେଳ ପଡ଼ିଆ ପାଇଁ ଜମି ଚିହ୍ନଟ

କୋଲନରା :୧୨/୭ କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଖେଳକୁଦ ପାଇଁ ଖେଳ ପଡ଼ିଆ ନ ଥିବା ହେତୁ ସଂକୁଚିତ ଜାଗାରେ ପିଲାମାନେ ଖେଳିବାକୁ ଅସୁବିଧା ଉପୁଜୁଥିଲା | ଏ ବିଷୟରେ ଗତ ଦିନରେ ଏସଏମସି ସଭାପତି ନରେନ୍ଦ୍ର ନିଶାଲ ଓ ପ୍ରଧାନ ଶିକ୍ଷକ ଭି ସତ୍ୟନାରାୟଣ କୋଲନରା ବ୍ଲକ ଯାଇ ଏହି ବିଷୟରେ ବିଡିଓଙ୍କ ସହିତ ଆଲୋଚନା କରି କୋଲନରା ବ୍ଲକ ବିଡ଼ିଓ, ତହସିଲଦାରଙ୍କୁ ଏକ ଲିଖିତ ଭାବେ ଦରଖାସ୍ତ ପ୍ରଦାନ କରାଯାଇଥିଲା। ଏହାକୁ ଗୁରୁତ୍ୱ ଦେଇ ଆଜି କୋଲନରା ବିଡ଼ିଓ ଗୌର ଚନ୍ଦ୍ର ପଟ୍ଟନାୟକ, ରାଜସ୍ୱ ନିରୀକ୍ଷକ ଅଗ୍ରୀବ ଶବର, ସହକାରୀ ରାଜସ୍ୱ ନିରୀକ୍ଷକ ସିଦ୍ଧେଶ ପଣ୍ଡା ପ୍ରମୁଖ ମୁକୁନ୍ଦପୁର ବିଦ୍ୟାଳୟ ଗସ୍ତ କରିବା ସହ ବିଦ୍ୟାଳୟର ଖେଳ ପଡିଆ ପାଇଁ ଗାଁ ଆମ୍ବ ତୋଟା ନିକଟରେ ଥିବା ଜମିକୁ ଚିହ୍ନଟ କରିଛନ୍ତି | ବିଦ୍ୟାଳୟ ପକ୍ଷରୁ ଖେଳ ପଡ଼ିଆ ପାଇଁ ୩ ଏକର ପଡ଼ିଆ ଆବଶ୍ୟକ ବୋଲି ଜଣାଇଥିବା ବେଳେ ଆଜି ପ୍ରଶାସନ ପକ୍ଷରୁ ଦୁଇ ଏକର ଜମି ଚିହ୍ନଟ କରାଯାଇଛି ଯଦି ଆବଶ୍ୟକ ହୁଏ ତାହେଲେ ମୋଟ ୩ ଏକର ଜମି ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି | ପରେ ଏହାକୁ ସମତୁଲ କରାଯାଇ ପିଲାମାନେ ଯେପରି ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଏଠାରେ ଖେଳି ପାରିବେ ପଡିଆକୁ ଉନ୍ନତ କରାଯିବ ବୋଲି ବିଡ଼ିଓ ଶ୍ରୀ ପଟ୍ଟନାୟକ କହିଛନ୍ତି | ବିଡିଓଙ୍କ ଏହି ଗସ୍ତ ସମୟରେ ଏସଏମସି ସଭାପତି ନରେନ୍ଦ୍ର ନିଶାଲ, ପ୍ରଧାନ ଶିକ୍ଷକ ଭି ସତ୍ୟନାରାୟଣ, ସହକାରୀ ଶିକ୍ଷକ ସୋମନାଥ ଦାସ ଓ ସମିତି ସଭ୍ୟ ଅଜୟ ନିଶାଲ ପ୍ରମୁଖ ଉପସ୍ଥିତ ରହିଥିଲେ | ବିଦ୍ୟାଳୟ ପାଇଁ ଖେଳ ପଡିଆ ଜମି ଚିହ୍ନଟ ହୋଇଥିବା ହେତୁ ସମସ୍ତ ଅଭିଭାବକ ଓ ପରିଚାଳନା କମିଟି ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୧୯୮୮/୯୦ ବ୍ୟାଚ ଆଇଟିଆଇ ଛାତ୍ରଙ୍କ ବନ୍ଧୁମିଳନ

masiha

ବନିକରଣ ନାଁରେ ଲକ୍ଷାଧିକ ଟଙ୍କା ହଡପ ଘଟଣା , ଘଟଣା ଚାପିବାକୁ ରାତି ଅଧିଆ ବୃକ୍ଷ ରୋପଣ, ଘଟଣା ରଫାଦଫା କରିବାକୁ ଚାଲିଛି ଉଦ୍ୟମ 

masiha

ବରିଷ୍ଠ କିରାଣି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!