ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲେଫ୍ଟ ଆଉଟ ଗଣଶିକ୍ଷକ ସଂଘ ତରଫରୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ଡାବୁଗାଁ, ୨୦/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ|ଳୟ ମଧ୍ୟରେ ଲେଫ୍ଟ ଆଉଟ ଗଣ ଶିକ୍ଷକ ସଂଘ ତରଫରୁ ବ୍ଲକ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଙ୍କୁ ଇଂରାଜୀ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ | ଏହାସହ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ୪୨ ଜଣ ଗଣଶିକ୍ଷକ ଙ୍କ ମଧ୍ୟରୁ ୩୩ ଜଣ ଓଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ | ଆଗାମୀ ଦିନରେ ଏକ୍ସ-କ୍ୟାଡର ସ୍ଥାୟୀ ଶିକ୍ଷକ ଭାବେ ଯୋଗ୍ୟ ବିବେଚିତ ହୋଇଥିବା ନିମନ୍ତେ ସେଥିନେଇ ସରକାରୀ ଶିକ୍ଷା ବିଭାଗୀୟ କାଗଜପତ୍ର ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ଯଥାଶୀଘ୍ର ଯିବା ନିମନ୍ତେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅନୁରୋଧ କରିଥିଲେ | ଏହାସହ କାର୍ଯ୍ୟ|ଳୟରେ କାର୍ଯ୍ୟରତ ଥିବା ୪ର୍ଥ ଶ୍ରେଣୀ କର୍ମଚାରୀ ବିଜୟ ମିଶ୍ର ଗତ ମାସରେ ଅବସର ଗ୍ରହଣ କରିଥିଲେ | ତାଙ୍କୁ ସଂଘ ତରଫରୁ ଉପହାର ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା | ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ବିଶ୍ଵେଷ କୁମାର ତ୍ରିପାଠୀ, ଉପସଭାପତି ମନୋଜ ବିଶୋୟୀ, ସମ୍ପାଦକ ରଞ୍ଜିତ କୁମାର ଗୁପ୍ତା, କୋଷାଧ୍ୟକ୍ଷ ବିଭୂଦତ୍ତ ବିଶୋୟୀ, ଉପଦେଷ୍ଟା ନିରାକାର ପ୍ରଧାନ, ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ, ଶିକ୍ଷକ ଉମେଶ ପାତ୍ର, ଅମୂଲ୍ୟ ସାହୁ, ଭଗବାନ ମାଝି, ଅମୂଲ୍ୟ ନାୟକ, ରିୟାବିନ ସୁନା ଙ୍କ ସମେତ ୩୩ ଜଣ ଗଣଶିକ୍ଷକ ଉପସ୍ଥିତ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରରେ ଅଭିଭାବକ/ଅଭିଭାବିକା ସମ୍ମିଳନୀ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ 

Sunil Chandra Nayak

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବ ବ୍ୟବସାୟୀ ମୃତ

Sunil Chandra Nayak

ଖଇରା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଓ ସମ୍ୱର୍ଦ୍ଧନା ପର୍ବ

Sunil Chandra Nayak

Leave a Comment

error: Content is protected !!