ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଉରକେଲା ବିକାଶ ମଞ୍ଚର ଆଲୋଚନା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଉରକେଲା ବିକାଶ ମଞ୍ଚର ଆଲୋଚନା 

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଉରକେଲା ଗସ୍ତ ଅବସରରେ ରାଉରକେଲା ହାଉସଠାରେ ରାଉରକେଲା ବିକାଶ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ବରିଷ୍ଠ ସଦସ୍ୟମାନେ ମାନେ ସାକ୍ଷାତ କରିଥିଲେ l ଆଲୋଚନା କାଳରେ ରାଉରକେଲା ବିମାନର ଉନ୍ନତିକରଣ , ନୂତନ ରେଳବାଇ ଡିଭିଜନ ପ୍ରତିଷ୍ଠା,ସରକାରୀ କଲେଜ ଠାରେ ଏକକ ବିଶ୍ୱବିଦ୍ୟାଳୟ ସ୍ଥାପନ ବିଷୟରେ ଆଲୋଚନା ହୋଇଥିଲା l ଏଇବର୍ଷ ହକି ବିଶ୍ବକପ ପରଠାରୁ ଆରମ୍ଭ ହୋଇଥିବା ରାଉରକେଲା ବିମାନ ସେବା ବିଭିନ୍ନ ଆଳରେ ବାଧାପ୍ରାପ୍ତ ହୋଇ ଆସୁଥିବାରୁ ବିମାନ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ସହ ବିକାଶ ମଞ୍ଚର କର୍ମକର୍ତ୍ତାମାନେ ଉଦବେଗ ପ୍ରକାଶ କରିଥିଲେ l ସେଇଭଳି ବିସ୍ତୃତ ଭିତ୍ତିଭୂମି ଥାଇ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରୁ ସିଂହଭାଗ ରାଜସ୍ବ ଦେବା ସହ ରାଉରକେଲା ଠାରେ ଇଷ୍ଟକୋଷ୍ଟ ରେଳବାଇ ଅଧୀନରେ ଏକ ନୂତନ ରେଳବାଇ ଡିଭିଜନ ଗଠନ ପାଇଁ ରେଳବାଇ କିମ୍ବା ସରକାରଙ୍କ ତରଫରୁ କୌଣସି ଉତ୍ସାହ ପରିଲକ୍ଷିତ ହେଉନଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା l ରାଉରକେଲା ସରକାରୀ ମହାବିଦ୍ୟାଳୟ ଠାରେ ଏକଶହ ତେୟାଳିଶ କଲେଜକୁ ନେଇ ଏକକ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଦାବି ହେଉଥିଲେ ମଧ୍ୟ କୌଣସି ପଦକ୍ଷେପର ସୂଚନା ମିଳୁନାହିଁ l ଯାହାହେଉ ବିଳମ୍ବରେ ହେଲେ ମଧ୍ୟ ସରକାର ରାଉରକେଲା, ଅମର୍ଦାରୋଡ଼ ଓ ଜୟପୁର ବିମାନ ବନ୍ଦରର ଉନ୍ନତି କରଣ ପାଇଁ ବିସ୍ତୃତ ନକ୍ସା ପ୍ରସ୍ତୁତ କରିବା ପାଇଁ “ରାଇଟ୍ସ” କମ୍ପାନୀକୁ ଦାୟିତ୍ୱ ଦେଇଥିବାରୁ ବିକାଶ ମଞ୍ଚର ସଦସ୍ୟ ମାନଙ୍କ ସହ ଏ ଅଂଚଳବାସୀ ଖୁସି ପ୍ରକାଶ ସହ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l ବିସ୍ତୃତ ଆଲୋଚନା ପରେ ଏହି ଦାବି ଗୁଡିକର ଯଥାଶୀଘ୍ର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିଶୃତି ଦେଇଥିବାରୁ ବିକାଶ ମଞ୍ଚ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l ଆଲୋଚନା ସମୟରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ଏନଆଇଟିର ନିର୍ଦ୍ଦେଶକ ପ୍ରଫେସର ଉମା ମାହେଶ୍ୱର ରାଓ ଓ ମଞ୍ଚର ବରିଷ୍ଠ ଉପଦେଷ୍ଟା ଅଭୟ ଦାସ, ଅମୂଲ୍ୟ ବରାଳ, ସଂଜୀବ ମହାନ୍ତି, ସୁପ୍ରତିକ ମିଶ୍ର ଆଦି ଆଲୋଚନାରେ ଅଂଶ ଗ୍ରହଣ କରି ଶୀଘ୍ର ସୁଫଳର ଆଶା ପ୍ରକାଶ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମା’ ଓ ନବଜାତ ଶିଶୁଙ୍କୁ ଏକତ୍ର ରଖି ଚିକିତ୍ସା ବ୍ୟବସ୍ଥା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବି

Sunil Chandra Nayak

ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ପାଳିତ  

masiha

ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ମାତୃ ଦିବସ ପାଳନ

Leave a Comment

error: Content is protected !!