ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନନ୍ଦିନୀ ମିଶ୍ରଙ୍କୁ ପୁରସ୍କୃତ କଲେ ସୁନିତା ପରିଡା

ବାଲେଶ୍ଵର,୧୦/୫/୨୩- ଗତ ତା ୩୦/୪/୨୩ ରିଖରେ ଅନୁଷ୍ଠିତ କବିତା ପ୍ରତିଯୋଗିତା ହୋଇଥିଲା । ଫଳାଫଳ ମଧ୍ୟ ପ୍ରକାଶ ପାଇଥିଲା । ଯେଉଁଥିରେ ଝାରସୁଗୁଡ଼ା ଜିଲ୍ଲାର କବୟିତ୍ରୀ ଆନନ୍ଦିନୀ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଯାହାର ଶୀର୍ଷକ ଥିଲା- ” ଅଦିନ ଝଡ଼ “। ଉକ୍ତ ପ୍ରତିଯୋଗିତା ” ମୋ ଅନୁଷ୍ଠାନ ” ହ୍ବାର୍ଟସପ୍ ଗୃପ୍ ଦ୍ବାରା ଅନୁଷ୍ଠିତ ହୋଇଥିଲା । କବିତା ଗୁଡିକୁ ତନ୍ନତନ୍ନ କରି ସମୀକ୍ଷା କରିଥିଲେ ଅନୁଷ୍ଠାନର ଦକ୍ଷ ସମୀକ୍ଷିକା ତଥା ଝାରସୁଗୁଡ଼ା ଜିଲ୍ଲାର ବହୁ ପରିଚିତ, ବହୁ ପ୍ରତିଭାର ଅଧିକାରିଣୀ ସୁ-କବୟିତ୍ରୀ ମାଧୁରୀ ମିଶ୍ର । କଥାରେ ଅଛି ଅପେକ୍ଷାର ଫଳ ମିଠା ହୋଇଥାଏ । ଭଗବାନ ଠିକଣା ସମୟରେ ଫଳ ଦେଇଛନ୍ତି । ଭରସା ଓ ବିଶ୍ୱାସ ରଖି କଲମ ଚାଳନା କରିବା ଉଚିତ । ଉକ୍ତ ଫଳାଫଳ ପ୍ରକାଶ ପାଇବା ପରେ ସାହିତ୍ୟକୁ ଭଲ ପାଉଥିବା ଜଣେ ସୁ ଗୃହିଣୀ ଓ ସମାଜସେବୀ ସୁନିତା ପରିଡା ପ୍ରଥମ ସ୍ଥାନ ଅଧିକାର କରିଥିବା ଆନନ୍ଦିନୀ ମିଶ୍ରଙ୍କୁ ୧୦୦ ଟଙ୍କା ପୁରସ୍କାର ସ୍ବରୂପ ପ୍ରଦାନ କରିଛନ୍ତି । ଏଥିସହିତ ଶ୍ରୀମତୀ ମିଶ୍ରଙ୍କ ସାହିତ୍ୟ ଜୀବନ ଚଲାପଥ କୁସୁମିତ ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ପରିଚୟ ସୃଷ୍ଟି କରିବାରେ ସାହିତ୍ୟ ହେଉଛି ଏକ ମାଧ୍ୟମ । ତେଣୁ ନିଜର ଅବଶିଷ୍ଟ ବଳକା ସମୟରେ ସାହିତ୍ୟ ରଚନା ପ୍ରତି ମନ ଦେବାକୁ ପ୍ରତ୍ୟେକ ସାହିତ୍ୟ ବନ୍ଧୁ ମାନଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀମତୀ ପରିଡ଼ା । ସାହିତ୍ୟର ଉନ୍ନତି ପାଇଁ ନିସ୍ବାର୍ଥପର ଭାବରେ କଲମ ଚାଳନା କଲେ ଭଗବାନ ଦିନେ ନା ଦିନ ନିଶ୍ଚୟ ଫଳ ପ୍ରଦାନ କରିବେ, ତେଣୁ ସମସ୍ତ ଇଛୁକ ସାହିତ୍ୟ ବନ୍ଧୁ ମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରିବା ଉଚିତ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ସାହିତ୍ୟ ବନ୍ଧୁ ମାନଙ୍କୁ ନିବେଦନ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଧର୍ମଗଡ ର ସାମଗ୍ରିକ ବିକାଶ ପାଇଁ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଙ୍କୁ ଭେଟିଲେ ସାମ୍ବାଦିକ

ଆସନ୍ତା ୨ ଅଗଷ୍ଟରେ କେନ୍ଦ୍ରାପଡ଼ା ର ମୁଖ୍ୟ ଡାକ ଘର ସମେତ ଏହାର ଅଧୀନରେ ଥିବା ସମସ୍ତ ଉପ ଡାକ ଘର ଓ ଶାଖା ଡାକ ଘର ବନ୍ଦ ରହିବ

Sunil Chandra Nayak

ଅପରେସନ୍‍ ସିନ୍ଦୁର’ର ସଫଳତା: ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ତ୍ରିରଙ୍ଗା ବାଇକ୍ ଯାତ୍ରା ଅନୁଷ୍ଠିତ  କଳିଙ୍ଗ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ କଲେ ତ୍ରିରଙ୍ଗା ବାଇକ୍ ଯାତ୍ରାର ଉଦ୍ଘାଟନ 

masiha

Leave a Comment

error: Content is protected !!