ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥଇଥାନ ନକରି ବସ୍ତି ଉଚ୍ଛେଦ କଲେ ଆନ୍ଦୋଳନ ହେବ

ଥଇଥାନ ନକରି ବସ୍ତି ଉଚ୍ଛେଦ କଲେ ଆନ୍ଦୋଳନ ହେବ

ରାଉରକେଲା: ରେଳବାଇ ପକ୍ଷରୁ ତୃତୀୟ ରେଳ ଲାଇନର ସମ୍ପ୍ରସାରଣ ନାଁରେ ଉଚ୍ଛେଦ ହେଉଥିବା ବସ୍ତିବାସିନ୍ଦାଙ୍କ ସମାଧାନ ନେଇ ଚିନ୍ତା ପ୍ରକଟ କରିବା ସହିତ ଆଗ ଥଇଥାନ ପରେ ଉଚ୍ଛେଦ ପାଇଁ ଦାବି କରିଛି ବିଜେଡି । ଏହି ନେଇ ଟ୍ରାଫିକ ସ୍ଥିତ ବିଜେଡ଼ି କାର୍ଯ୍ୟାଳୟରେ ଉପସ୍ଥିତ ନେତୃବୃନ୍ଦ କହିଥିଲେ ଆସନ୍ତା ୫ତାରିଖରେ ରାଉରକେଲା ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ବିଜୁ ଜନତା ଦଳ ତରଫରୁ ଗଣମାଧ୍ୟମକୁ ସମ୍ବୋଧିତ କରି କହିଥିଲେ ଆମେ ରେଳ ସଂଯୋଗୀ କରଣକୁ ବିରୋଧ କରୁନାହୁଁ କିନ୍ତୁ ଉଚ୍ଛେଦ ନାମରେ ପ୍ରଭାବିତ ହେଉଥିବା ବସ୍ତିବାସିନ୍ଦାଙ୍କ ଥଇଥାନକୁ ରେଳବିଭାଗ ଅଣଦେଖା କରିପାରିବ ନାହିଁ ସେମାନଙ୍କ ସହିତ ଦୃଢତାର ସହିତ ରହିଛି ବୋଲି କହିଥିଲେ । ସେହିପରି ରେଳବିଭାଗ ଉଚ୍ଛେଦ ହେଉଥିବା ବସ୍ତିିବାସିନ୍ଦାଙ୍କୁ ଅଣଦେଖା କରିପାରିବେ ନାହିଁ ସେମାନଙ୍କ କଥାକୁ ଶୁଣିବାକୁ ପଡ଼ିବ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରଖାଯାଇଥିବା ନିୟମକୁ ଉଲ୍ଲଘଂନ କରିବାକୁ କରିବାକୁ ଯାଉଛି ଯାହା କି ପ୍ରତ୍ୟେକ ସମୟରେ ବିରୋଧର ସମ୍ମୁଖୀନ ହେବାକୁ ଯାଉଛି ବୋଲି ନେତୃବୃନ୍ଦ କହିଥିଲେ । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଗତ ୨୯ ତାରିଖରେ ଏକ ପତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ବୋଲି ଦଳ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ବରିଷ୍ଠ ନେତା ତଥା ପ୍ରାକ୍ତନ ସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତି, ବିଜେଡ଼ି ନଗର ସଭାପତି ଗଗନ ପଣ୍ଡା, ବରିଷ୍ଠ ନେତା ଆଇନଜୀବୀ ସୁଦାମ ଦାଶ,ବିରେନ ସେନାପତି, ମହିଳା ସଭାନେତ୍ରୀ ଜ୍ୟୋସ୍ନା ସମାଲ, ଯୁବନେତା ସୁଶାନ୍ତ ରାଉତ, ଛାତ୍ର ସଭାପତି ଡ଼ି ଅଭିକ କୁମାର, ମୁଖପାତ୍ର ଜୟନ୍ତ ମିଶ୍ର, ଆଇନଜୀବୀ ନାରାୟଣ ପ୍ରଧାନ,ସୁଧାଂଶୁ ସାମଲ, ସୁରେନ୍ଦ୍ର ରାଉତଙ୍କ ସହ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ରେଳବାଇର ବେଆଇନ ଉଚ୍ଛେଦ କୁ ବିରୋଧ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୂର୍ବତନ ପ୍ରଧାନଶିକ୍ଷକ ଖଗେନ୍ଦ୍ର ସାର୍ ଙ୍କ ପରଲୋକ

Sunil Chandra Nayak

ଆସ ଖୋଜିବା ଓ ସାମାଜିକ ଗଣମାଧ୍ୟମ ଓ ମିଡିଆ ର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ଖବର ପରେ ସମାଧାନ ବୈଠକ  

Sunil Chandra Nayak

“ସୁବର୍ଣ୍ଣରେଖା “ଓ “ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ” ଆନୁକୁଲ୍ୟରେ “ଫକୀରମୋହନ ଜୟନ୍ତୀ ଓ ୨୭ତମ ବାର୍ଷିକ ଉତ୍ସବ” ପାଳନ

masiha

Leave a Comment

error: Content is protected !!