ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ବସ୍ତା,05/02 :ବସ୍ତା ବ୍ଲକ ନାବରା ମହିଳା ମହାବିଦ୍ୟାଳୟ ପରିସରରେ କଲେଜ୍ ଅଧ୍ୟକ୍ଷ ଅଜୟ ପ୍ରଧାନ ଙ୍କ ସଭାପତିତ୍ବରେ “ନୂଆ ଓ ” ଯୁବ ଓଡ଼ିଶା, ନବୀନ ଓଡ଼ିଶା” ଆନୁକୂଲ୍ୟରେ ଓଡିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିକ୍ରେ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ବିଜୟ କୁମାର ଘୋଷ ଏବଂ ସମ୍ମାନିତ ଅତିଥି ଭାବେ ଉତ୍ତର ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ଡକ୍ତର ଜୟଦେବ ପ୍ରାମାଣିକ, କଲେଜ୍ ର ଅଧ୍ୟାପିକା ତଥା କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ସାଧନା ଦାସ ଅଧିକାରୀ, ଅଧ୍ୟାପକ ମନୋରଞ୍ଜନ ବେହେରା, ଭବଶଙ୍କର ପ୍ରଧାନ,ମାନ ଗୋବିନ୍ଦ ରାଉତ, ଲକ୍ଷ୍ମୀକାନ୍ତ ନାୟକ, ଅଧ୍ୟାପିକା ସସ୍ମିତା ଗିରି ,ଅଲିଭା ମଞ୍ଜରୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଗଳ୍ପ, ଲୋକକଥା, କାବ୍ୟ କବିତା, ପୁରାଣକଥା ସହିତ ଜଗନ୍ନାଥ ସଂସ୍କୃତି ପରମ୍ପରା ସହିତ ଓଡ଼ିଆ ଭାଷାର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା କରାଯିବା ସହିତ ପାଠ୍ୟ ପୁସ୍ତକରେ ସ୍ଥାନିତ କରି ଶିକ୍ଷା ବ୍ୟବସ୍ଥାରେ କାର୍ଯ୍ୟକାରୀ କରିବାକୁ ଦାବୀ ହୋଇଥିଲା।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିବା ବେଳେ, ଅଧ୍ୟାପକ ଭବଶଙ୍କର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଆଞ୍ଚଳିକ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବ ବିଦ୍ୟାଳୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ସୁସ୍ଥ ହେଲା ଦନ୍ତା ହାତୀ

ଦୁର୍ଘଟଣା ରେ ସ୍ୱାମୀ ସ୍ତ୍ରୀ ମୃତ

masiha

Leave a Comment

error: Content is protected !!