ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାନ ବିକ୍ରି କୁ ନେଇ ଚିନ୍ତାରେ ଚାଷୀ ଜିଲ୍ଲାପାଳ ଓ ବିଧାୟକଙ୍କୁ କଲେ ଅଭିଯୋଗ

ଚିଲିଗୁଡା ( ମ ନି ସ)  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଗ୍ରାମ ପଞ୍ଚାୟତ ର ଚିଲିଗୁଡା ଓ ଖସିଗୁଡା ଗ୍ରାମର ଚାଷୀମାନେ ଚଳିତ ଖରିଫ ଧାନ ବିକ୍ରି ନିଜ ମଣ୍ଡିରେ ବିକ୍ରି ନ ହେବା ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ।ପ୍ରକାଶ ଥାଉକି ଏହି ଦୁଇ ଗ୍ରାମର ଚାଷୀଙ୍କ ଚାଷ ଜମି ବଣି ଜରା ,ରାଜପୁର ଓ ମୁଣ୍ଡରା ଗୁଡା ଗ୍ରାମ ପଂଚାୟତରେ ଅନ୍ତର୍ଭୁକ୍ତ ଅଛି ।ଦୂରତା ଦୁଷ୍ଟିରୁ କୋଟେନ ଗାଁ ରୁ ବଣି ଜରା ମଣ୍ଡି ୮ କିମି ଦୂରତା ଅଛି ।ପରିସର ଭୁକ୍ତ ଉକ୍ତ ଗ୍ରାମ ପଞ୍ଚାୟତର ଧାନ ଉକ୍ତ ଗ୍ରାମ ପଞ୍ଚାୟତ ମଣ୍ଡିରେ ବିକ୍ରି କରିବା ପାଇଁ ସରକାରୀ ନିୟମ ରହିଛି ।ଯାହା ଫଳରେ ଚାଷୀମାନେ ଏବେ ଚିନ୍ତାରେ ପଡ଼ି ଯାଇ ଛନ୍ତି କିନ୍ତୁ ଗତ ବର୍ଷ ଏହି ଚାଷୀମାନେ ଖରିଫ ଧାନ ଚିଲିଗୁଡା ମଣ୍ଡିରେ ବିକ୍ରି କରିଥିଲେ ।ବର୍ତ୍ତମାନ ନିୟମ ପରିବର୍ତ୍ତନ ହୋଇଥିବା ଯୋଗୁଁ ଚଳିତ ଖରିଫ ଧାନ ନିଜ ମଣ୍ଡିରେ କିପରି ବିକ୍ରି କରିବୁ ବୋଲି ଚାଷୀ ପଦ୍ମ ନାଭ ନାଗ ,ଅଂଶୁମାନ ଯୋଶୀ ,ବାସୁଦେବ ଛ ତ୍ରିଆ ,ଅମର ଦାସ ବାଗ ଏବଂ ସେନାପତି କୁମାର ଜିଲ୍ଲାପାଳ କଳାହାଣ୍ଡି ଏବଂ ଜୁନାଗଡ଼ ବିଧାୟକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ବନ୍ଧିତ ଭତ୍ତା ବିତରଣ ସମାରୋହ

masiha

ବାଡ଼ିରେ ଏକ ସାଥିରେ ଫୁଟିଲା 15 ବ୍ରହ୍ମ କମଳ

କର୍ଲାପାଟ୍ ଅଭୟାରଣ୍ୟର ଜଙ୍ଗଲୀ ମୂଳକରେ ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

Sunil Chandra Nayak

Leave a Comment

error: Content is protected !!