ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଉପଦେଷ୍ଟା ମନୋନୀତ

ରାଉରକେଲା : ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଉପଦେଷ୍ଟା ମଣ୍ଡଳୀର ପୁନର୍ଗଠନ ହୋଇଯାଇଛି l ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ରାଉରକେଲାର ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ଅନ୍ୟତମ ଉପଦେଷ୍ଟା ଭାବେ ସ୍ଥାନ ପାଇଛନ୍ତି l ଏହି ଉପଦେଷ୍ଟା ମଣ୍ଡଳୀରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ମନୋନୀତ କରାଯାଇଥିବା ବେଳେ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଏହି ମଣ୍ଡଳୀର ମଧ୍ୟ ଅଧ୍ୟକ୍ଷ ରହିବେ l ଏହାଛଡ଼ା ଆୟୋଗର ଅନ୍ୟ ଦୁଇଜଣ ସଦସ୍ୟ ମଧ୍ୟ ଏହି ଉପଦେଷ୍ଟା ମଣ୍ଡଳୀରେ ସଦସ୍ୟ ରହିଥିବା ଜଣା ପଡ଼ିଛି l ଏହି ନୂତନ ମନୋନୟନ ବାବଦରେ ପ୍ରଚାରିତ ହେବାପରେ ରାଉରକେଲା ସମେତ ବିଭିନ୍ନ ସ୍ଥାନରୁ ଜଣାଶୁଣା ଲୋକେ ଶ୍ରୀ ମହାପାତ୍ରଙ୍କୁ ସାକ୍ଷାତ କରି ଏବଂ ଫୋନରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇଛନ୍ତି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧର୍ମଗଡ଼ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର। ୩୩୧ ଭିନ୍ନକ୍ଷମଙ୍କ ପଞ୍ଜିକରଣ, ୨୧ ଜଣଙ୍କୁ ନୂତନ ଭତ୍ତା ପ୍ରଦାନ….

Sunil Chandra Nayak

ପରମାରାଧ୍ୟା ଜଗତଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା ଙ୍କ ୧୩୦ତମ ଜନ୍ମ ମହା ମହୋତ୍ସବ

Sunil Chandra Nayak

ଅଗମ୍ୟ ଦୁର୍ଗମ ଉପାନ୍ତ ଅଞ୍ଚଳ ରେ ଖଡିଆଳ ବିଧାୟକ 

Sunil Chandra Nayak

Leave a Comment

error: Content is protected !!