ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉନ୍ନୟନ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ

ଢେ଼ଙ୍କାନାଳ(ମ ସୀ ହା)୨୩/୦୫_ ଗତକାଲି ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଓସ୍ଵାନ ହଲଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାରେ ଥିବା ସମସ୍ତ ଆଇ ଟି ଆଇ, ପଲିଟେକ୍ନିକ ଗୁଡ଼ିକରେ ଯେପରି ୫୦% (ଅନନ୍ୟ ୫୦୦ ଜଣ) ଛାତ୍ର ଛାତ୍ରୀ ନାମ ଲେଖାଇ ମାଗଣାରେ ପାଠ ପଢି ପାରିବେ ସେଥିପାଇଁ ସମସ୍ତ ଉପଜିଲ୍ଲାପାଳ, ଶିକ୍ଷା ଅଧିକାରି ବିଡିଓ, ପ୍ରଧାନ ଶିକ୍ଷକ ଓ ସଂପୃକ୍ତ ଅଧିକାରୀମାନେ ବିଶେଷ ଭାବରେ ଧ୍ୟାନ ଦେବାକୁ ଜିଲ୍ଲାପାଳ କହିଛନ୍ତି l ଏଥି ନିମନ୍ତେ ପ୍ରଚାର ପତ୍ର, ବ୍ୟାନର ଡାକବାଜି ଯନ୍ତ୍ର ଆଦି ଦ୍ବାରା ପ୍ରଚାର କରାଇ ମାଟ୍ରିକ ପରୀକ୍ଷା ରେ 

କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ, ଅବିଭାବକମାନଙ୍କୁ ଉତ୍ସାହିତ କରିବାକୁ ପରାମର୍ଶ ଦେଇଛନ୍ତି l ଜିଲ୍ଲାରେ ସମସ୍ତ ଚିକିତ୍ସା କେନ୍ଦ୍ରକୁ ପରିଦର୍ଶନରେ ଯାଇ ଆବଶ୍ୟକସ୍ଥଳେ ପ୍ରସ୍ତାବ ଦେବାକୁ କହିଛନ୍ତି l ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି l

ବୈଠକରେ ପଞ୍ଚାୟତ ଓ ବ୍ଲକରେ ମୋ ବସଷ୍ଟାଣ୍ଡ ନିର୍ମାଣ, ବସ୍ ରୁଟ୍ ଚାର୍ଟ ପ୍ରସ୍ତୁତି, ପୁରୁଣା ସରକାରୀ କୋଠାଘର ମରାମତି, ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ, ବିଦ୍ୟାଳୟ ଗୁଡିକର ଆବଶ୍ୟକୀୟ ମରାମତି କାର୍ଯ୍ୟ, ଅଙ୍ଗନବାଡ଼ି କେନ୍ଦ୍ରରେ ପାନୀୟଜଳ, ବିଦ୍ୟୁତ୍ ସରବରାହ ବ୍ୟବସ୍ଥା, ପିଲା ମାନଙ୍କର ବସିବା ପାଇଁ ଚୌକି ଓ ଡେସ୍କ ବ୍ୟବସ୍ଥା, ଶିକ୍ଷକ lମାନଂକର ଇଚ୍ ୱାନ ଟିଚ୍ ୱାନ କାର୍ଯ୍ୟକ୍ରମ, ଅସହାୟ ଭିତ୍ତିରେ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଭତ୍ତା ପ୍ରଦାନ ଓ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗର ବ୍ୟବସ୍ଥା, ବିଦ୍ୟାଳୟର ରୂପାନ୍ତରି କରଣ କାର୍ଯ୍ଯ,ମନରେଗା ଯୋଜନାରେ ଅଧିକ ଶ୍ରମିକ ନିଯୁକ୍ତି, ଏସ ଇ ବି ସି ସର୍ଭେରେ ଅଗ୍ରଗତି, ଜିଲ୍ଲାର ପ୍ରମୁଖ ସ୍ଥାନ ମାନଂକରେ ବୃକ୍ଷ ରୋପଣ ଆଦି ସଂପର୍କ lରେ ବିଶଦ ଭାବେ ଆଲୋଚନା କରାଯାଇ ଥିଲା l

ଏହି ଭି ସି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ (ସାଧାରଣ), ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର(ରାଜସ୍ବ), ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ ଦାଶଙ୍କ ସମେତ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଅଧମୁଣ୍ଡା ର ଯୁବକ ବିଦ୍ୟୁତ୍ ଟ୍ରାନସଫର୍ମର  ରେ ଲାଗି ମୃତ୍ୟୁବରଣ କରିଥିବା ଘଟଣା ରେ ଜାତୀୟ ମାନବାଧିକାର କମିଶନ ଙ୍କ ନୋଟିସ୍ ଜାରୀ

Sunil Chandra Nayak

ରାମନାଗୁଡ଼ାରେ ଯୁଗ୍ମ ଅଭିଯୋଗ ଶୁଣାଣି

ଓଡ଼ିଶା ଜଳସାଥୀ ମହାସଂଘର ରାଜ୍ୟସ୍ତରୀୟ ବୈଠକ  ଜଳସାଥୀ ଙ୍କୁ ନିୟମିତ କରିବା, ବୀମାଭୁକ୍ତ କରିବା ଦାବି

masiha

Leave a Comment

error: Content is protected !!