ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ

ବନ୍ଧୁଗାଁ ତା,୨୨/୫/୨୩,// ସେମିଲିଗୁଡା ବ୍ଲକ ଅନ୍ତର୍ଗତ ରାଜୁପୁଟ ପଞ୍ଚାୟତ କାର୍ଯାଳୟ ଠାରେ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ  ଏଫ  ଇ ଏସ୍ (FES) ତରଫରୁ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ସଂଯୋଜକ ତଫନ ଖିଲ, ବ୍ଲକ ସ୍ତରୀୟ ତାଲିମ ଦାତା ସୋନା ଜାନି, ରାଜପୁଟ ପଞ୍ଚାୟତର ସରପଞ୍ଚ ପିତାମ୍ବର କିରସାନି ମୁଖ୍ୟ ପ୍ରଵକ୍ତା ଭାବରେ ଯୋଗ ଦେଇ ଅନ୍ତର୍ଜାତୀୟ ଜୈବ ବିବିଧତା ବିଷୟରେ ଲୋକଙ୍କୁ ଅବଗତ କରିଥିଲେ। ଏଥିରେ ପଞ୍ଚାୟତ ସାଧନା ବ୍ୟକ୍ତି ଧନପତି ସୁପିଆ , ସାଧନା ବ୍ୟକ୍ତି ରବି ଗମାଙ୍ଗ, ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର କୃଷି ମିତ୍ର ପ୍ରଣୀ ମିତ୍ର ପ୍ରତ୍ୟେକ ଗାଁରୁ ଯୁବକ ଏବଂ ଚାଷୀ ଉପସ୍ଥିତ ରହିଥିଲେ l ଏହି ସଭାରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି l ଆଜିର କାର୍ଯ୍ୟକ୍ରମର ଶେଷ ପରେ ପଞ୍ଚାୟତରୁ ଦୂର ଦୁରାନ୍ତରୁ ଆସିଥିବା ସମସ୍ତ ଭଦ୍ର ବ୍ୟକ୍ତି ଓ  ପଞ୍ଚାୟତ ବାସୀଙ୍କୁ ହୃଦୟର ସହ ସମୟ ଦେଇ ସଫଳ କରିଥିବାରୁ ସରପଞ୍ଚ ଶ୍ରୀ କିରସାନି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବରିଷ୍ଠ କିରାଣି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ସାମ୍ବାଦିକ ଙ୍କ ମାତୃ ବିୟୋଗ 

masiha

ଜଳଧାରା ପ୍ରକଳ୍ପ ଉଦ୍ଘାଟିତ 

masiha

Leave a Comment

error: Content is protected !!