ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡ଼ାହାଣ୍ଡି ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l

ପାପଡ଼ାହାଣ୍ଡି ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l

ନବରଙ୍ଗପୁର ;(ତା ୨୦.୦୪.୨୦୨୬)(ରବିନାରାୟଣମହାନ୍ତି)ଆଜି ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୩୨ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୩ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୩ ଟି ଅଭିଯୋଗ ର ସମାଧାନ ତତକ୍ଷଣାତ କରାଯାଇଥିଲା।ଜିଲ୍ଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ଚିହ୍ନଟ ଦିବ୍ୟାଙ୍ଗ ଙ୍କୁ ୩ ଟି ହୁଇଲ ଚେୟାର ଓ ୧୨ ଜଣଙ୍କୁ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ସହାୟତା କାର୍ଡ ପ୍ରଦାନ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭୁବନେଶ୍ଵର ରେଡ଼କ୍ରସ ଭଵନ ଠାରେ ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ                                              

ଓଡ଼ିଆ ପକ୍ଷ ପାଳନ  ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ପ୍ରାଥମିକବିଦ୍ୟାଳୟରେ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ 

masiha

ଵଢଦୁନ୍ଦୁ ପଞ୍ଚାୟତର ସରପଞ୍ଚ ଅଯୋଗ୍ୟ ଘୋଷିତ 

Sunil Chandra Nayak

Leave a Comment

error: Content is protected !!