ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡକ ସୁରକ୍ଷା ଦିବସ ପାଳନ

ନୂଆପଡା //  ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅପ୍ରିଲ ଏକ ତାରଖ ଠାରୁ ସାତ ତାରଖ ପର୍ଯ୍ୟନ୍ତ ସଡକ ସୁରକ୍ଷା ଦିବସ ପାଳନ କରାଯାଇଛି । ଏଥିରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ ,ଆରକ୍ଷୀ ଅଧ୍ୟକ୍ଷକ ଗୁଣ୍ଡାଲା ରାଘବେନ୍ଦ୍ର ରେଡି ,ଏସ୍ଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ, ଆର୍ଟିଓ ମିନା ସିଂ ,ଏମଭିଆଇ ବିଜୟ ଦେଉରିଆ , ଜୋଙ୍କ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠି ପ୍ରମୁଖ ସାଇକିଲ ଯାତ୍ରାରେ ନୂଆପଡା ଆରଟିଓ କାର୍ଯ୍ୟଲୟ ରୁ ବାହାରି ଖରିଆର ରୋଡ ଟାଉନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ପରେ ଖରିଆର ରୋଡ ରୁ ବାହାରି ନୂଆପଡା ଆରଟିଓ କାର୍ଯ୍ୟଲୟ କୁ ଫେରିଥିଲେ । ଖରିଆର ରୋଡ ରେ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ୱାଗତ କରିଥିଲେ ଓ ସଚେତନତା ରେ ସହଯୋଗ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ 

Sunil Chandra Nayak

କମର୍ଦ୍ଧା କ୍ଳଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

masiha

ବ୍ଲକ୍ ସ୍ତରୀୟ ମାଣ୍ଡିଆ ମଣ୍ଡିର ଶୁଭ ଉଦ୍ଘାଟନ, ତେନ୍ତୁଳିଖୁଣ୍ଟି

masiha

Leave a Comment

error: Content is protected !!