ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ ଧକ୍କାରେ ମହିଳା ମୃତ 

କାର୍ ଧକ୍କାରେ ମହିଳା ମୃତ 

ବେଲଗୁଣ୍ଠା,ତା ୨୦/୦୪ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଗଙ୍ଗପୁର ଥାନା ଅନ୍ତର୍ଗତ ଇନ୍ଦନପୁର ଗ୍ରାମରେ ଏକ କାର ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ଭଞ୍ଜନଗର ପୋଷ୍ଟ୍ ଅଫିସରେ କାର୍ଯ୍ୟରତ ଜନୈକ କର୍ମଚାରୀ ନିଜ କାର ଯୋଗେ ଆସିକାରୁ ରାତ୍ର ଆଠ ଘଣ୍ଟ ସମୟରେ ଭଞ୍ଜନଗର ଅଭିମୁଖେ ଯାଉଥିବା ବେଳେ ଇନ୍ଦନପୁର ଛକ ନିକଟରେ ସେହି ଗ୍ରାମର ଇଲ୍ଲାସ ସ୍ୱାଇଁ ନାମକ ଜଣେ ମହିଳା(୬୦) ରାସ୍ତା ପାର ହେଉଥିବା ବେଳେ କାର ସମ୍ମୁଖକୁ ଚାଲି ଆସିଥିଲେ । ଫଳରେ ମହିଳା ଜଣଙ୍କ କାର ଧକ୍କାରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ I କାର ଚାଳକ ଜଣଙ୍କ ସ୍ଥାନୀୟ ଲୋକଙ୍କ ସହାୟତାରେ ମହିଳା ଜଣଙ୍କୁ ଉଦ୍ଧାର କରି ପ୍ରଥମେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଞ୍ଜନଗର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା I ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଇଲାସଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Related posts

ରାଉରକେଲା କଲେଜର ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 

Sunil Chandra Nayak

ସପ୍ତମ ତମ ବାର୍ଷିକ ଉତ୍ସବ ତଥା ସମ୍ବର୍ଦ୍ଧନା ସଭା

Sunil Chandra Nayak

ବ୍ୟାଙ୍କ ଅଫ୍ ଇଣ୍ଡିଆ,ଆଂଚଳିକ କାର୍ଯ୍ୟାଳୟ ,ବାରିପଦା ପକ୍ଷରୁ ବାରିପଦା ଏବଂ ରାଇରଙ୍ଗପୁର ଠାରେ ବୃହତ ଗ୍ରାହକ ସମ୍ମିଳନୀ

masiha

Leave a Comment

error: Content is protected !!