ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା/ ସୁହୃଦ ସେବାସଙ୍ଘ ତରଫରୁ ସେକ୍ଟର ୨୦ସ୍ଥିତ ବୈକୁଣ୍ଠ ଘାଟର ନଦୀ ପାର୍ଶ୍ଵରେ ଥିବା ଜମିରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇ ଚାରାକୁ ସୁରକ୍ଷା ଦେବାପାଇଁ ତାହାର ଚାରିପଟେ ଲୁହାର ବେଡା ମଧ୍ୟ ଦିଆଯାଇଛି । ବର୍ଷାର ପ୍ରତିକୂଳ ପାଗ ସତ୍ତ୍ୱେ ସେବାସଙ୍ଘର ସେବକ ମାନେ କର୍ତ୍ତବ୍ୟ ନିଷ୍ଠା ଭାବେ ଆଜି ଏହି କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପାଦନ କରିଛନ୍ତି ଯାହାକି ପରିବେଶ କୁ ସନ୍ତୁଳନ କରିବାର ଏକ ଛୋଟିଆ ପ୍ରୟାସ । ଆଗରୁ ବହୁତ ଚାରା ଏହି ଜାଗାରେ ରୋପଣ କରାଯାଇଛି ବର୍ତ୍ତମାନ ଏବେ ତାହା ବିରାଟ ବୃକ୍ଷ ଭାବେ ସେହି ଜାଗାର ପରିବେଶକୁ ବହୁତ ସୁନ୍ଦର ଭାବେ ତୋଳି ପାରିଛି । ଆଜକୁ ୨୪ ବର୍ଷ ହେଲା ଏହିପରି କାର୍ଯ୍ୟ କରି ଆସୁଛି । ଆଜିର କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସର୍ବଶ୍ରୀ ନୀଳମାଧବ ପାତ୍ର, ଯୋଗେନ୍ଦ୍ର ମହାରଣା, ଶିବରାମ ବେହେରା, ଅଜିତ କୁମାର ପୃଷ୍ଟି, ଗଗନ ପାଢ଼ୀ, ତାପସ ରଞ୍ଜନ ସାହୁ, ଅନ୍ତର୍ଯ୍ୟାମୀ ରାଉତ, କୀର୍ତ୍ତିମାନ ସାମନ୍ତରାୟ , ଅନୀଲ କୁମାର ନାୟକ, ଭଗବାନ ପ୍ରଧାନ ଓ ଅନ୍ୟ ମାନେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଗଡ଼ିଲା ଭୋଟର ସଚେତନତା ରଥ

masiha

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇମୃତ ଦୁଇ ଗୁରୁତର

Sunil Chandra Nayak

ରାଇରଙ୍ଗପୁରରେ ନେସ୍କୋ ପାଓ୍ଵାର ଏମ୍ଲୟଜ୍ ୟୂନିଅନ ତରଫରୁ ଶ୍ରମିକ ଦିବସ ପାଳିତ 

masiha

Leave a Comment

error: Content is protected !!