ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍ ଏସ୍ ଏସ କୋ ୟୁନିଟ୍ ଦ୍ବାରା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠତ

ଚନ୍ଦ୍ରିକା ଜୈନ ଡିଗ୍ରୀ ମହାବିଦ୍ୟାଳୟ, ବୋର୍ଡା, କଳାହାଣ୍ଡିର ଜାତୀୟ ସେବା ଯୋଜନା ପୁରୁଷ ଓ ମହିଳା ୟୁନିଟ୍ ସମ୍ମିଳନରେ ଚାଲିଥିବା ଶୀତକାଳୀନ ସ୍ଵତନ୍ତ୍ର ଶିବିରର ଷଷ୍ଠ ଦିନରେ ଗୁର୍ଜୁଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୌଷ୍ୟଗ୍ରାମ ବାଲିପଦର ଠାରେ ଏକ ସ୍ବାସ୍ଥ୍ୟ ଶିବର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବୋର୍ଡ଼ା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମେଡ଼ିକାଲ ଅଫିସର ଡକ୍ଟର ଦିବ୍ୟ ମେହେର ଓ ଡକ୍ଟର ଶୁସ୍ମିତ୍ ଶତପଥି ଉପସ୍ଥିତ ରହି ବ।ଳିପଦର୍ ଗ୍ରାମର ପ୍ରାୟ ସତୁରି ରୁ ଅଧିକ ରୋଗୀଙ୍କ ଚିକିତ୍ସ। କରିଥିଲେ ଓ ମାଗଣା ଔଷଧ ମଧ୍ୟ ବଣ୍ଟନ କରିଥିଲେ। ଶିବିରରେ ଉପସ୍ଥିତ ସମସ୍ତ ସ୍ଵେଚ୍ଛାସେବୀ ଘର ଘର ବୁଲି ରୋଗୀଙ୍କୁ ନିଜ ସାଙ୍ଗରେ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ଶିବିର କୁ ଆଣିଥିଲେ। ସ୍ବେଚ୍ଛାସେବୀ ତଥା ପୁରୁଷ ଓ ମହିଳା ୟୁନିଟ୍ ର ପ୍ରୋଗ୍ରାମ ଅଫିସର ଦ୍ବୟ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାହୁ ଓ ଶ୍ରୀମତୀ ମାନସୀ ନାୟକଙ୍କୁ ଗ୍ରାମବାସୀ ପ୍ରଶଂସା କରିଥିଲେ ଓ ଧନ୍ୟବାଦ୍ ମଧ୍ୟ ଜଣାଇଥିଲେ।

ଅର୍ଜ୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ହୋଇଥିବା ନେଇ ଦହସିଲଦାର ଙ୍କୁ ଦାବିପତ୍ର 

masiha

ଅଭାବୀ ପରିବାର କୁ ମାଏରା ଚେରିଟେବୁଲ ଟ୍ରଷ୍ଟର ସହାୟତା ପ୍ରଦାନ

Sunil Chandra Nayak

ଓଡିଶା ବଂଜାରା ସେବା ସଂଘର ମହାସଭା କୁସୁମଖୁଣ୍ଟି ଠାରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!