ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏନ୍ ଏସ୍ ଏସ କୋ ୟୁନିଟ୍ ଦ୍ବାରା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠତ

ଚନ୍ଦ୍ରିକା ଜୈନ ଡିଗ୍ରୀ ମହାବିଦ୍ୟାଳୟ, ବୋର୍ଡା, କଳାହାଣ୍ଡିର ଜାତୀୟ ସେବା ଯୋଜନା ପୁରୁଷ ଓ ମହିଳା ୟୁନିଟ୍ ସମ୍ମିଳନରେ ଚାଲିଥିବା ଶୀତକାଳୀନ ସ୍ଵତନ୍ତ୍ର ଶିବିରର ଷଷ୍ଠ ଦିନରେ ଗୁର୍ଜୁଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୌଷ୍ୟଗ୍ରାମ ବାଲିପଦର ଠାରେ ଏକ ସ୍ବାସ୍ଥ୍ୟ ଶିବର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବୋର୍ଡ଼ା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମେଡ଼ିକାଲ ଅଫିସର ଡକ୍ଟର ଦିବ୍ୟ ମେହେର ଓ ଡକ୍ଟର ଶୁସ୍ମିତ୍ ଶତପଥି ଉପସ୍ଥିତ ରହି ବ।ଳିପଦର୍ ଗ୍ରାମର ପ୍ରାୟ ସତୁରି ରୁ ଅଧିକ ରୋଗୀଙ୍କ ଚିକିତ୍ସ। କରିଥିଲେ ଓ ମାଗଣା ଔଷଧ ମଧ୍ୟ ବଣ୍ଟନ କରିଥିଲେ। ଶିବିରରେ ଉପସ୍ଥିତ ସମସ୍ତ ସ୍ଵେଚ୍ଛାସେବୀ ଘର ଘର ବୁଲି ରୋଗୀଙ୍କୁ ନିଜ ସାଙ୍ଗରେ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ଶିବିର କୁ ଆଣିଥିଲେ। ସ୍ବେଚ୍ଛାସେବୀ ତଥା ପୁରୁଷ ଓ ମହିଳା ୟୁନିଟ୍ ର ପ୍ରୋଗ୍ରାମ ଅଫିସର ଦ୍ବୟ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାହୁ ଓ ଶ୍ରୀମତୀ ମାନସୀ ନାୟକଙ୍କୁ ଗ୍ରାମବାସୀ ପ୍ରଶଂସା କରିଥିଲେ ଓ ଧନ୍ୟବାଦ୍ ମଧ୍ୟ ଜଣାଇଥିଲେ।

ଅର୍ଜ୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଢେଙ୍କାନାଳର କୁଆଲୋରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ  

masiha

ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜରଙ୍କୁ ଧକ୍କା ଦେଲା ପଲାସା ଏକ୍ସପ୍ରେସ୍, ମଧ୍ୟରେ ବଡ ଟ୍ରେନ୍ ଦୁର୍ଘଟଣା

masiha

ତେରେସିଂହା ସଂପୂର୍ଣ୍ଣ ମହାଭାରତ: ଦ୍ରୌପଦୀ ବସ୍ତ୍ରାହରଣ ଓ ଗୁପ୍ତ ବନବାସ ମଞ୍ଚସ୍ଥ

Leave a Comment

error: Content is protected !!