ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ

ନବରଙ୍ଗପୁର—(ମସିହା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରଧାନ ମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଜ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଡାବୁଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଥିବା ଉକ୍ତ କାର୍ଜ୍ୟକ୍ରମରେ କ୍ୟାରାମ୍ ଅନୁଷ୍ଠାନ ପକ୍ଷରୁ ୧୦ଜଣ ଯକ୍ଷ୍ମା ରୋଗୀଙ୍କୁ ୬ ମାସ ନିୟମିତ ପୁଷ୍ଟିକର ଖାଦ୍ୟ ବା ଚିକିତ୍ସା ସରିବା ପର୍ଜ୍ୟନ୍ତ ଯୋଗାଇ ଦେବାକୁ ଡ.ଜୀଵନ କୁମାର ଦୀକ୍ଷିତ ପ୍ରତିଶୃତି ଦେବା ସହ ଶୁଖିଲା ପୁଷ୍ଟିକର ଖାଦ୍ୟ ଵଣ୍ଟନ କରାଯାଇଥିଲା। ଉକ୍ତ କାର୍ଜ୍ୟକ୍ରମରେ ଜିଲ୍ଲା ଯକ୍ଷ୍ମା ନିରାକରଣ ଅଧିକାରୀ ଡ.ମାନସ ପ୍ରହରାଜ,ଡାବୁଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଡ.ଟି ଶିବା,ଗୋଷ୍ଟି କାର୍ଜ୍ୟକ୍ରମ ପରିଚାଳକ ପିତବାସ ଗାହାଣ,ମା ଗୃହର ମହିଳାସ୍ଵାସ୍ଥ୍ୟ କର୍ମୀ ତଥା ପ୍ରକଳ୍ପ ସଂଯୋଜିକା ଅନୁଶୟା ଲେଙ୍କା, ମହିଳାସ୍ଵାସ୍ଥ୍ୟ ସହାୟିକା ଶାନ୍ତି ଭଣ୍ଡାରି ଓ କୁମନି ମାଝୀଙ୍କ ସହ ଆଶା କର୍ମୀ ଉପସ୍ଥିତ ରହି ଥିବାବେଳେ ୧୦ ଜଣ ଯକ୍ଷ୍ମା ରୋଗୀଙ୍କ ପରିବାର ଓ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ର କର୍ମଚାରୀବ୍ରୁନ୍ଦ ସହଯୋଗ କରିଥିଲେ। 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ପୁରୁଷୋତ୍ତମ ସାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

masiha

ଥୁଆମୂଳ ରାମପୁର ବ୍ଳକ : ସରକାରଙ୍କ ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ ସ୍ଥଳୀ, ମାନ୍ଯତା ପାଇବାରେ ବଞ୍ଚିତ

Sunil Chandra Nayak

ସାମ୍ପ୍ରତିକ ସମୟ ଓ ଭାଗବତରେ ଜୀବନ ଦର୍ଶନ ଆଲୋଚନା ଚକ୍ର 

Sunil Chandra Nayak

Leave a Comment

error: Content is protected !!