ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶବ ସତ୍କାର ରେ ସମ୍ପର୍କୀୟ ଙ୍କ ଅସହଯୋଗ ଘଟଣା ; ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ବ୍ଲକ ପ୍ରଶାସନ ପିଡୀତଙ୍କ ଘରେ

ତେନ୍ତୁଳିଖୁଣ୍ଟି ୨୨/୦୭/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ଖାତିଗୁଡା ଗ୍ରାମରେ ଅଜାତିରେ ଝିଅ ବାହା ହୋଇଥିବା ଓ ଝିଅ ରନ୍ଧା ଖାଦ୍ୟ ଖାଉଥିବାରୁ ଲକ୍ଷ୍ମୀ ପାତ୍ର ଙ୍କ ମୃତ୍ୟୁ ପରେ ତାର ଶବ ସତ୍କାର ରେ ତାର ସମ୍ପର୍କୀୟ ସହଯୋଗ କରିନଥିଲେ। ଏନେଇ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଖବର ପରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ବ୍ଲକ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିଲେ ପରିସ୍ଥିତି ଅନୁଧ୍ୟାନ ସହ ଆବଶ୍ୟକ ପଦକ୍ଷେପ ନିଅ। ଆଜି ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ମୃତକ ଲକ୍ଷ୍ମୀ ପାତ୍ର ଙ୍କ ଘରେ ପହଞ୍ଚି ତା ପୁଅ ଜଗା ପାତ୍ର ସହ ଆଲୋଚନା କରିଥିଲେ। ଏହି ସମୟରେ ତେନ୍ତୁଳିଖୁଣ୍ଟି ତହସିଲଦାର ହିମାଂଶୁ ଶେଖର ନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ ରାଜସ୍ୱ ନିରୀକ୍ଷକ ସନ୍ତୋଷ ଗରଡ଼ା ଆସିଥିଲେ। ସରପଞ୍ଚ ବନ୍ଦିତା ନାୟକ ମୃତକ ଙ୍କ ପୁଅ ଜଗାକୁ ହରିଶ୍ଚନ୍ଦ୍ର ଯୋଜନା ରେ ତିନି ହଜାର ଟଙ୍କା ଦେଇଥିଲେ। ତହସିଲଦାର ହିମାଂଶୁ ନାୟକ ପୁରୁଣା ଇନ୍ଦିରା ଆବାସ ଗୃହ ହୋଇଥିବାରୁ ଘର ଉପରେ ଘୋଡେଇବାକୁ ପଲିଥିନ ଦେଇଥିଲେ। ଶିଶୁ ସୁରକ୍ଷା ଅଧିକାରୀ ପଟନାୟକ ଜଗା କୁ କହିଥିଲେ ତା ଭଉଣୀ ଯମୁନା ଆସିଲେ ତାର ଓ ତା ସନ୍ତାନ ର ସମସ୍ତ ସୁଵିଧା ଜିଲ୍ଲା ଶିଶୁ ସୁରକ୍ଷା ସେଲ ବୁଝିବ ,କିଛି ଭୟ କରିବା ଆବଶ୍ୟକ ନାହିଁ। ବିଡ଼ିଓ ପାଣିଗ୍ରାହୀ ଜିଓ ଟାଗ କରେଇଥିଲେ ଯେପରି ତାକୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ର ପ୍ରଥମ ପର୍ଯ୍ୟାୟ ଅର୍ଥ ମିଳି ପାରିବ। ଭେଳିକି ନା ସତ୍ୟ ପ୍ରଥମ ପର୍ଯ୍ୟାୟ ଅର୍ଥ 40 ହଜାର ଆସିବା ପରେ ସ୍ପଷ୍ଟ ହେବ! ପୂର୍ବରୁ ପଦ୍ମା ପ୍ରଧାନୀ ଓ ସୁଲୋଚନା ଖରା ଙ୍କ ଜିଓ ଟାଗ ସରିଛି କିନ୍ତୁ ମିଳିନି ଘର ! 

 ଆସିଥିବା ସମସ୍ତ ଅଧିକାରୀ କିଛି କିଛି ଆର୍ଥିକ ସହାୟତା କରିଥିଲେ। ଦଶାହ ବେଳେ ଆଉ କିଛି ସହାୟତା ଦେବେ ବୋଲି କହିଥିଲେ। ଲକ୍ଷ୍ମୀ ପାତ୍ର ନାମରେ ଥିବା ଅନ୍ତଦୋୟ ରାସନ କାର୍ଡ ରେ ଜଗା ର ନାମ ସାମିଲ ନଥିଲେ ତାକୁ ରାସନ ଅନ୍ତ ଦୋୟ କାର୍ଡ ରେ ଦେବା ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଖବର ନେବାରୁ ଜଣା ପଡ଼ିଛି ଲକ୍ଷ୍ମୀ ପାତ୍ର ନାମରେ ଥିବା ଅନ୍ତ ଦୋୟ କାର୍ଡ ରେ ଜଗା ଓ ଯମୁନା ର ନାମ ରହିଛି। ଏବେ କେବଳ ଲକ୍ଷ୍ମୀ ନାମ କାଟି ଉକ୍ତ ଖାଉଟି କାର୍ଡ ଜଗା କିମ୍ବା ତା ସ୍ତ୍ରୀ ନାମରେ କରିବାକୁ ପଡିବ ।

ଜଗା ସହ କଥାବାର୍ତ୍ତା କରିବା ପରେ ଓ ବ୍ଲକ ପ୍ରଶାସନ ଆସିବା ବେଳେ ଗ୍ରାମବାସୀ ଙ୍କ ଉପସ୍ଥିତି ଦେଖି ବିଡ଼ିଓ ପାଣିଗ୍ରାହୀ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶିତ ଖବର ଅତି ରଞ୍ଜିତ ଭଳି ଲାଗୁଥିବା କହିଥିଲେ। ଗ୍ରାମବାସୀ ଙ୍କ ସମର୍ଥନ ମୃତକ ପରିବାର ପ୍ରତି ରହିଥିବା ସେ ଅନୁଭବ କରୁଥିବା କହିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଚିଲିଗୁଡା ତଫସିଲଭୁକ୍ତ ଜାତି ପଡ।ରେ ନୂଆଖାଇ ଭେଟ ଘାଟ

Sunil Chandra Nayak

ଭରଚୁଆଲ ମାଧ୍ୟମରେ ଉଦଘାଟନ

masiha

ଦାସକାଠିଆ ସଂଘର କାର୍ଯ୍ୟକାରିଣୀ ବୈଠକ 

masiha

Leave a Comment

error: Content is protected !!