ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୀତ କୁଡ଼ିଆଣୀ ସ୍ଵର୍ଗତ ବେଲଦେଇ ହରିଜନ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନେଇ ବିଡିଓ ଙ୍କୁ ଦାବୀ ପତ୍ର ପ୍ରଦାନ

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ଗୌରବ ପ୍ରସିଦ୍ଧ ଗୀତ କୁଡ଼ିଆଣୀ ସ୍ଵର୍ଗତ ବେଲଦେଇ ହରିଜନ ଙ୍କ ପ୍ରତିମୂର୍ତ୍ତି ଡାବୁଗାଁ ରେ ସ୍ଥାପନ ନିମନ୍ତେ ଦାବୀ ହୋଇଛି l ଦେଶିଆ କୁଟୁମ୍ବର ସଭାପତି ସାଇମନ ବିଡିକା,ସମ୍ପାଦକ ସବ୍ୟସାଚୀ ବିଶୋଇ ଏ ନେଇ ଡାବୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ମାଝୀ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଆାଦିବାସୀ ଭାଷା ସଂସ୍କୃତି ର ଖ୍ଯାତି ସମ୍ପନ୍ନା ବାହିକା ଡାବୁଗାଁ ବ୍ଳକ ଚଚାରାଗୁଡl ଗ୍ରାମର ପ୍ରସିଦ୍ଧ ଗୀତ କୁଡ଼ିଆଣୀ ସ୍ଵର୍ଗତ ବେଲଦେଇ ହରିଜନ ଅବିଭକ୍ତ କୋରାପୁଟ ଜିଲ୍ଲାର ଗୌରବ ଅଟନ୍ତି l ସ୍ଵର୍ଗତ ବେଲଦେଇ ବିଦ୍ୟା ଅଧ୍ୟୟନ କରି ନ ଥିଲେ ମଧ୍ଯ ବାଲ୍ୟ କାଳରୁ ବିଭିନ୍ନ ଭଙ୍ଗିରେ ଦେଶୀଆ ଭାଷାରେ ନିଜେ ରଚନା କରି ଗାଉଥିଲେ l ଧିରେ ଧିରେ ବିଭିନ୍ନ ହାଟ ବଜାର, ମେଳା, ଯାତ୍ରା ଓ ନାଟ ଚାଲିଥିବା ସ୍ଥାନକୁ ଯାଇ ଅନର୍ଗଳ ଗୀତ ଗାଉଥିଲେ l ଦର୍ଶକ ଓ ଶ୍ରୋତାଙ୍କୁ ତାଙ୍କ ଗୀତ କୁଡିଆ ମାଧ୍ୟମରେ ବାନ୍ଧି ରଖୁଥିଲେ lଗୀତ କୁଡିଆ ନିମନ୍ତେ ସେ ଦିଲ୍ଲୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ମହୋତ୍ସବ, ନବରଙ୍ଗପୁର ଜିଲ୍ଲା ଲୋକପ୍ରିୟ ମହୋତ୍ସବ ମଣ୍ଡେଇ ଉତ୍ସବ ରେ ସମ୍ମାନିତ ହୋଇଛନ୍ତି l କଲିକତା ଇଡେନ ଗାର୍ଡ଼ନରେ ଅନୁଷ୍ଠିତ ଆାଦିବାସୀ ସମାରୋହରେ ଯୋଗଦେଇ ଗୀତ କୁଡ଼ିଆଣୀ ସ୍ଵର୍ଗତ ବେଲଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଅଟଳବିହାରୀ ବାଜପାୟୀ ଙ୍କ ସମ୍ମୁଖରେ ଗୀତ ଗାଇ ଉଚ୍ଚ ପ୍ରଶଂସିତ ହୋଇଥିଲେ l ୨୦୧୮ ନଭେମ୍ବର ରେସେ ଇହଧାମ ତ୍ଯାଗ କରି ଥିଲେ l ସ୍ଵର୍ଗତ ବେଲଦେଇ ଙ୍କ ଜୀବନୀ ଓ ଲୋକ ସାହିତ୍ୟ ଗବେଷଣା କରାଯାଇ ବହୁ ପୁସ୍ତକ ରଚନା କରାଯାଇଛି l ସମ୍ପ୍ରତି ଲୋପ ପାଇବାକୁ ବସିଥିବା ଗୀତ କୁଡିଆ ଓ ଗୀତ କୁଡିଆଣୀ ପରମ୍ପରା ଓ ଦେଶୀଆ ଭାଷା ସଂସ୍କୃତି ର ସୁରକ୍ଷା ତଥା ପ୍ରଚର ପ୍ରସାର ର ଆବଶ୍ୟକ ରହିଛି l ବେଲଦେଇଙ୍କ ବ୍ୟକ୍ତିତ୍ୱ ଓ ପାରଦର୍ଶିତା ଲୋକ ଲୋଚନକୁ ଆଣି ଆଗାମୀ ପୀଢିକୁ ଅନୁପ୍ରାଣିତ କରିବା ପାଇଁ ଡାବୁଗାଁ ରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଆାଦିବାସୀ ଭାଷା ଓ ସଂସ୍କୁତି ଗବେଷଣା ପରିଷଦ ଦେଶୀଆ କୁଟୁମ୍ବ ଧୋଡ୍ରା ଶାଖା ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି lଏଥି ପ୍ରତି ଦୃଷ୍ଟି ଦେଇ ପ୍ରତିମୂର୍ତ୍ତି ଡାବୁଗାଁ ରେ ସ୍ଥାପନ ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାର ହାତ ଖଡ୍ଗ ଶୋଭାଯାତ୍ରା ଓ ଆଲୋଚନାଚକ୍ର 

Sunil Chandra Nayak

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାଉରକେଲା ବନ ବିଭାଗ ପକ୍ଷରୁ ଏକ ପେଡ୍ ମା କେ ନାମକୁ ନେଇ ୭୭ତମ ବନ ମହୋତ୍ସବ-୨୦୨୬ ପାଳିତ

Leave a Comment

error: Content is protected !!