ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ମାସିକ କାର୍ଯ୍ୟକାରିଣୀ ବୈଠକ

ରାଉରକେଲା/ ସହରର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ର ମାସିକ କାର୍ଯ୍ୟକାରିଣୀ ବୈଠକ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସଭ୍ୟମାନେ ପ୍ରାରମ୍ଭରେ ବରିଷ୍ଠ ସଭ୍ୟ ଡାକ୍ତର ବସନ୍ତ କୁମାର ଦାସଙ୍କ ପତ୍ନୀ ଭାରତୀ ମିଶ୍ରଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ କରାଯାଇ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ସହ ଆସନ୍ତା ଜୁନ୍ ମାସରେ ଭଞ୍ଜ ଜୟନ୍ତୀ ପାଳନ କରାଯିବା ନେଇ ଆଲୋଚନା କରାଯାଇଥିଲା । ସେହିପରି ଏହି ମାସ ୧୮ତାରିଖ ଦିନ ମହାକବି ସଚ୍ଚି ରାଉତରାୟଙ୍କ ଜୟନ୍ତୀ ଉପଲକ୍ଷେ ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାସହ ଅନୁଷ୍ଠାନର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସର୍ବଶ୍ରୀ ଅଭୟ କୁମାର ଦାସ, ବାଉରୀବଂଧୁ ସାହୁ,ଜ୍ଞାନେନ୍ଦ୍ର କୁମାର ଦାଶ, କୁଞ୍ଜବିହାରୀ ରାଉତ, ଟୁକୁଲା ପାଢୀ, ମନୋଜ କୁମାର ପଣ୍ଡା, ପ୍ରଦୀପ କୁମାର ପଟ୍ଟନାୟକ,ଜ୍ୟୋତିରଂଜନ ମହାପାତ୍ର,ଦୀନବନ୍ଧୁ ରଥ, ଡଃ ଜୟନ୍ତୀ ପାଢୀ, ପର୍ଶୁରାମ ପଟ୍ଟନାୟକ ଓ ପଞ୍ଚାନନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ତେଜିଲା ରାଇରଙ୍ଗପୁର ଜିଲ୍ଲା ଦାବି , ୧୨ ଘଣ୍ଟିଆ ବହଳଦା ଠପ୍

Sunil Chandra Nayak

ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଘରୋଇ ସ୍କୁଲ ସଂଘ ର ଦାବିପତ୍ର

Sunil Chandra Nayak

ଫାତୁ ମେମୋରିଆଲ ଏକାଡେମୀ ଉଚ୍ଚବିଦ୍ୟାଳୟରେ ଗୁରୁ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!