ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଙ୍କ ଆଦର୍ଶ ଗ୍ରାମରେ ଗ୍ରାମସଭା ଅନୁଷ୍ଠିତ

ପ୍ରଧାନମନ୍ତ୍ରୀ ଙ୍କ ଆଦର୍ଶ ଗ୍ରାମରେ ଗ୍ରାମସଭା ଅନୁଷ୍ଠିତ

ବାଲେଶ୍ଵର,୨୪/୯/୨୩- ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବଳରାମପୁର ଗ୍ରାମ ପଞ୍ଚାୟତର ସୁନାରୂଇ ଗ୍ରାମକୁ ପ୍ରଧାନମନ୍ତ୍ରୀ ଙ୍କ ଆଦର୍ଶ ଗ୍ରାମରେ ଅନ୍ତର୍ଭୂକ୍ତ କରାଯାଇଛି । ଗ୍ରାମର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତି ଓ ବିଭିନ୍ନ ପ୍ରକଳ୍ପ ଚୟନ କରି ସଠିକ ଭାବରେ କାର୍ଯ୍ୟ କରିବାକୁ ସମାଜସେବୀ ତଥା “ଶକ୍ତି ଶିଖା ଉନ୍ନୟନ ସଂସ୍ଥା” ର ମୁଖ୍ୟ ତୁଷାରକାନ୍ତ ବେହେରାଙ୍କ ଅଧକ୍ଷତାରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଏହି ଗ୍ରାମସଭାଟି ସୁନାରୂଇ ଗ୍ରାମର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବ୍ଲକ ଅଧିକାରୀ, ସରପଞ୍ଚ ଅରୁଣ କୁମାର ପାଣିଗ୍ରାହୀ, ବ୍ଲକ ସଦସ୍ୟ ମିନକ୍ରୀତନ ଦାସ ମହାପାତ୍ର, ଗ୍ରାମବାସୀ ସୁମନ୍ତ ଗିରି, ପ୍ରଭାକର ସେଠି, ଲଷ୍ମୀଧର ସେଠି, ଦେବବ୍ରତ ପଣ୍ଡା, ବେଣୁଧର ପାତ୍ର, ଝାଡ଼େଶ୍ୱର ଜେନା, ମୁରଲୀ ପାତ୍ର, ବାଞ୍ଛାନିଧି ନାୟକ, ପ୍ରଭୁରାମ ବିଶ୍ୱାଳ, ହରିପଦ ବିଶ୍ୱାଳ, ଦୟାନିଧି ରାଉତଙ୍କ ସହିତ ବହୁ ଗ୍ରାମବାସୀଙ୍କ ଉପସ୍ଥିତିରେ କାର୍ଯ୍ୟକୁ ଠିକ ଭାବରେ ତୁଲାଇବା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଗ୍ରାମବାସୀଙ୍କ ଅବଗତି ନିମନ୍ତେ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା । ଆଦର୍ଶ ଗ୍ରାମ ପାଇଁ ୪୦ ଲକ୍ଷ ଟଙ୍କା ଆସିଥିବାରୁ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଏହି କାର୍ଯ୍ୟଟି ୬ ମାସରେ ସାରିବାପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିଲା ବୋଲି ଖବର ସଂଗ୍ରହରୁ ଜଣାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ

masiha

ବାର କାଉନସିଲ ଅଫ ଇଣ୍ଡିଆ ର ଅଧ୍ୟକ୍ଷ ମନନ କୁମାର ମିଶ୍ର ଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତି ଙ୍କୁ ଏ ଆଇ ଏଲ୍ ୟୁ ର ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

ଓବିସି ମଞ୍ଚ ଓଡ଼ିଶାର ଜନଜାଗରଣ ରଥକୁ ସ୍ବାଗତ ନିମନ୍ତେ ଧର୍ମଗଡ଼ରେ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!