ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀଅରବିନ୍ଦ ଲିଗାଲ ୟୁନିଟର ଜିଲ୍ଲା ସ୍ତରୀୟ ସମ୍ମିଳନୀ

ଶ୍ରୀଅରବିନ୍ଦ ଲିଗାଲ ୟୁନିଟର ଜିଲ୍ଲା ସ୍ତରୀୟ ସମ୍ମିଳନୀ

ନବରଙ୍ଗପୁର, (ମସିହା)ନବରଙ୍ଗପୁର ବ୍ଲକ ଅନ୍ତର୍ଗତ କୁସୁମି ଗ୍ରାମସ୍ଥିତ ଅଦିତି ଭବନ ପରିସରରେ ଶ୍ରୀଅରବିନ୍ଦ ଲିଗାଲ ୟୁନିଟର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି lଏଥିରେସମ୍ମାନିତ ଅତିଥି ବରିଷ୍ଠ ଆଇନଜୀବି ଶ୍ରୀ ଝାଡ଼େଶ୍ୱର ଖାଡ଼ଙ୍ଗା “ଅନୁଷ୍ଠାନ ଗଠନ ଓ ପରିଚାଳନାରେ ଶୃଙ୍ଖଳା ତଥା ନିୟମାବଳୀ “ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ ପୂର୍ବକ ଆଧ୍ୟାତ୍ମିକ କେନ୍ଦ୍ରରେ ବ୍ୟକ୍ତି ଚରିତ୍ର ଓ ସ୍ଵଭାଵ ଉପରେ ଗୁରୁତ୍ୱ ଆରୋପ କରିଥିଲେ l ସୁପ୍ରିମ କୋର୍ଟ ଓକିଲ ଶ୍ରୀ ସାନମୁଗା ପାତ୍ର ଆଇନକୁ ଜୀବନର ଧାରା ଭାବେ ଅଭିହିତ କରି ଅନୁଷ୍ଠାନରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ l ସୁଧୀରାଜ ରାଉତ ଭବିଷ୍ୟତରେ ଗଣତନ୍ତ୍ରର ରୂପରେଖ ଶ୍ରୀଅରବିନ୍ଦଙ୍କ ଭବିଷ୍ୟତ ବାଣୀ ଦ୍ୱାରା ନିରୂପିତ ହେବ ବୋଲି ଦର୍ଶାଇ ଥିଲେ l ସୁଜାତା ମିଶ୍ର “ଶ୍ରୀମା ଶ୍ରୀଅରବିନ୍ଦଙ୍କ ଯୋଗରେ ନାମ ଜପ ର ମହିମା “ଉପରେ ବକ୍ତବ୍ୟ ଦେଇଥିଲେ lସୁରେଶ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଙ୍ଗୀତା ପଟ୍ଟନାୟକ ସ୍ୱାଗତ ଓ ଉପକ୍ରମ ପ୍ରଦାନ କରିଥିବା ବେଳେ ଲିଗାଲ ୟୁନିଟ ଆବାହକ ଶ୍ରୀ ୱାଇ. ପ୍ରଭାକର ପାତ୍ର ଉପସଂହାର ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ସି. ଏଚ. ଉଷାରାଣୀ କୃତଜ୍ଞତା ଅର୍ପଣ କରିଥିଲେ lସବିତା ପଟ୍ଟନାୟକ ସୁନ୍ଦର ବନ୍ଦନା ଗାନ କରିଥିଲେ lଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶ୍ରୀମା ଶ୍ରୀଅରବିନ୍ଦ ଅନୁଗାମୀ ବ୍ୟକ୍ତିଙ୍କ ସମେତ ସ୍ଥାନୀୟ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଚନ୍ଦନ ଭୂମିଆ, ଉମା ମହେଶ୍ୱର ପଟ୍ଟନାୟକ, ସୁଜାତା ପଟ୍ଟନାୟକ, ନମିତା ବିଶ୍ୱାଳ, ପଦ୍ମଜା ବେହେରା ତଥା ଅନ୍ୟମାନେ ସକ୍ରିୟ ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବଢ଼ୁଛି ଚେରଚେଟା ସରକାରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ ବିବାଦ, ଫାଟକରେ ଧାରଣା ଦେଲେ ଗ୍ରାମବାସୀ

Sunil Chandra Nayak

କଲମପୁର ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ରେ ବିଜେପି ର ବାଜିମାତ୍ । ଜ୍ୟୋତି ନାଏକ ନିର୍ଦ୍ବନ୍ଦରେ ବ୍ଲକ ଅଧ୍ୟକ୍ଷା ନିର୍ବାଚିତ

masiha

ବାଲିପଦର କଲେଜରେ ନିର୍ବାଚନ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!