ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ସ୍ତରୀୟ ରନିଆର ସାମାଜ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ 

ଜିଲା ସ୍ତରୀୟ ରନିଆର ସାମାଜ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ 

ଡାବୁଗାଁ, ୨୫/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ପଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ଜିଲା ସ୍ତରୀୟ ରନିଆର(ବିହାରୀ)ସାମାଜ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ଜିଲା ସ୍ତରୀୟ ରନିଆର ସାମାଜ ସଂଘ ର ସଭାପତି ଭାବେ ମନୋଜ କୁମାର ଗୁପ୍ତା, ଉପ ସଭାପତି ଭାବେ କୈଳାଶ ପ୍ରସାଦ ଗୁପ୍ତା, ସମ୍ପାଦକ ଯୁଗଳ କିଶୋର ଗୁପ୍ତା, ସହ ସମ୍ପାଦକ ଭାବେ ଗୋବିନ୍ଦ ଗୁପ୍ତା, କୋଷାଧ୍ୟକ୍ଷ ଭାବେ ଅରୁଣ ପ୍ରସାଦ ଗୁପ୍ତା ଓ ସନ୍ତୋଷ କୁମାର ଗୁପ୍ତାଙ୍କୁ ମନୋନୀତ କରାଯାଇଥିବା ବେଳେ କାର୍ଯ୍ୟକାରିଣୀ ସଭ୍ୟ ଭାବେ ୧୫ ଜଣଙ୍କୁ ମନୋନୀତ କରାଯାଇଥିଲା l ଉକ୍ତ ସମାଜର ସମସ୍ତ ପ୍ରକାର ସୁବିଧା ପାଇଁ ଉକ୍ତ ସଂଘ କାର୍ଯ୍ୟ କରିବ l ଶିକ୍ଷା କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ, କୃଷି କ୍ଷେତ୍ରରେ, ରାଜନୀତି କ୍ଷେତ୍ରରେ ଯେପରି ଏହି ସମ୍ପ୍ରଦାୟ ର ଜନସାଧାରଣ ସରକାରଙ୍କ ଠାରୁ ସମସ୍ତ ପ୍ରକାର ସୁବିଧା ପାଇ ପାରିବେ ଏଥି ନେଇ ସଂଘ ଦ୍ଵାରା ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ l ପାରିବାରିକ ଗଣ୍ଡଗୋଳ ମଧ୍ୟ ସମାଧାନ ଦିଗରେ ଏହି ସଂଘ ଦ୍ଵାରା ପ୍ରଥମେ ସମାଧାନ କରାଯିବ | ଏଥିରେ ନବରଙ୍ଗପୁର ଜିଲା ର ଦଶ ଗୋଟି ବ୍ଳକ ରୁ ବହୁ ରନିଆର ସାମାଜ ର ଜନସାଧାରଣ ଉପସ୍ଥିତ ହୋଇଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାୟଗଡ଼ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଶିଶୁ ଦିବସ ଉପଲକ୍ଷେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

masiha

ଅଭିଷେକ ବେହୁରିଆ ହେଲେ ମିଃ ରାଉରକେଲା ୨୦୨୨

Sunil Chandra Nayak

ବିମାନ ବନ୍ଦର ସମ୍ପ୍ରସାରଣ ମାମଲା ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

Leave a Comment

error: Content is protected !!