ଓଡ଼ିଶା ଜନଜାତି କନ୍ଧଗଉଡ ସମ୍ପ୍ରଦାୟ ବ୍ୟକ୍ତି ମାନେ ସରକାର ଙ୍କର ବିଭିନ୍ନ ସୁବିଧା ସୁଯୋଗ ପାଇ ପାରୁନ ଥିବାରୁ ସେମାନଙ୍କ ର ବିଭିନ୍ନ ସମସ୍ୟା କୁ ସମାଧାନ କରି କନ୍ଧ ଗଉଡ଼ ସମାଜର ବିକାଶ କରିବା ନିମନ୍ତେ ଗତକାଲି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡା ପଞ୍ଚାୟତ ର ବଇଡ଼ା ଠାରେ ଜନସାଧାରଣ ଓ ଛାତ୍ରଛାତ୍ରୀ ଙ୍କର ସ୍ୱାସ୍ଥ୍ୟ ଓ ଗୁଣାତ୍ମକ ଶିକ୍ଷା ର ବିକାଶ ପାଇଁ କିଟ ପକ୍ଷରୁ ହେଉଥିବା ୨୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଓ ବିଦ୍ୟାଳୟ ପ୍ରତିଷ୍ଠା ଭୂମି ପୂଜନ କାର୍ଯ୍ୟକ୍ରମ ରେ କନ୍ଧ ଗଉଡ଼ ସମାଜ ସେବା ସମିତି କନ୍ଧମାଳ ତରଫରୁ କନ୍ଧ ଗଉଡ଼ ସମାଜ ସେବା ସମିତି ଜିଲ୍ଲା ସଭାପତି ପ୍ରେମାନନ୍ଦ ମାଝୀ ଙ୍କର ନେତ୍ତୃତ୍ୱ ରେ ମାନ୍ୟବର କନ୍ଧମାଳ ଲୋକସଭା ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଙ୍କୁ ଏବଂ ଜିଲ୍ଲାପାଳ ଆଶୀଷ ଈଶ୍ୱର ପାଟିଲ ଙ୍କୁ କେନ୍ଦ୍ର ସରକାର ଓ ଓଡ଼ିଶା ସରକାର ଙ୍କ ଦୃଷ୍ଟି ଗୋଚର ନିମନ୍ତେ ୧୦ ଦଫା ଦାବୀ ସମ୍ମିଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବୀପତ୍ର ରେ ଆମ୍ଭେ ଓଡ଼ିଶା ଜନଜାତି କନ୍ଧ ଗଉଡ଼ ସମ୍ପ୍ରଦାୟ କନ୍ଧମାଳ, ବୌଦ୍ଧ, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼,ନବରଙ୍ଗପୁର, ବଲାଙ୍ଗୀର, ବରଗଡ଼,ଯାଜପୁର, ମୟୁରଭଞ୍ଜ, କେଉଁଝର, ମାଲକାନଗିରି ୧୩ ଟି ଜିଲ୍ଲାରେ ମଧ୍ୟରେ ଓଡ଼ିଶାରେ ଅନୁସୂଚିତ ଜନଜାତି ଜନସଂଖ୍ୟା ପ୍ରୋଫାଇଲ ୧୯୫ ପୃଷ୍ଠା ଡେମଗ୍ରାଫିକ ସିଡୁଲ ଟ୍ରାଇବ (୧୯୬୧-୨୦୧୧) ଭାବରେ ପ୍ରମାଣିତ ହୋଇ ଓଡ଼ିଶା ରେ ଅବସ୍ଥାପିତ ହୋଇଆସୁଛୁ। ଆମ୍ଭ ମାନଙ୍କର ସମ୍ପ୍ରଦାୟର ଜାତିସଭା ପ୍ରତି ଜିଲ୍ଲାରେ ପୃଥକ ପୃଥକ ଭାବରେ କରି ଆସୁଥିଲେ ମଧ୍ୟ ଜାତି ମହାସଭା ରାଜ୍ୟ ସ୍ତରୀୟ ଏକତ୍ର ଭାବେ କରିଆସୁଛୁ। ଦାବୀ ଗୁଡିକ ପୂରଣ କରିବାକୁ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦନ ହୋଇ ଓଡ଼ିଶା ସରକାରଙ୍କ ଦ୍ୱାରା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଏବଂ ସ୍ୱତନ୍ତ୍ର ଜନଜାତି କନ୍ଧ ଗଉଡ଼ ଆଦିବାସୀ ଙ୍କର ବିକାଶ ନିମନ୍ତେ ସାଂସଦ ଙ୍କୁ ପ୍ରଦାନ କରାଯାଇଥିବା ଦାବୀପତ୍ର ରେ ଉଲ୍ଲେଖ ରହିଛି। ଜନଗଣନା ସମୟରେ କର୍ମବୃତ୍ତି କୁ ନେଇ ଜମି ପଟ୍ଟା ରେ ଜାତି କନ୍ଧ ଗଉଡ଼ ଲେଖିବା ପରିବର୍ତ୍ତେ ଜାତି ଗଉଡ଼ ଲେଖା ରହିଛି । ପୂର୍ବ ଜାତିକୁ ସମୀକ୍ଷା କରାଯାଇ ଲିଖିତ ଥିବା ଜାତି କୁ ସଂଶୋଧନ କରି ଜମିପଟ୍ଟା ପ୍ରଦାନ କରିବା କୁ ଦାବୀ ,ସରକାର ଭୁମି ହୀନ କନ୍ଧଗଉଡ଼ ଆଦିବାସୀ ଙ୍କୁ ଘରବାରୀ ଜମିପଟ୍ଟା ପ୍ରଦାନ କରିବା ସହ ୪ ଏକର ଜଙ୍ଗଲ ଜମି ପ୍ରଦାନ ନିମନ୍ତେ ଦାବୀ, କନ୍ଧଗଉଡ଼ ଆଦିବାସୀ ଜାତି ସଭା କରିବା ପାଇଁ ପ୍ରତ୍ୟେକ ଜିଲ୍ଲା ରେ କଲ୍ୟାଣ ମଣ୍ଡପ ଓ ସଭାଗୃହ ପ୍ରଦାନ କରିବା ନିମନ୍ତେ ଦାବୀ, କନ୍ଧ ଗଉଡ଼ ସମ୍ପ୍ରଦାୟ ଙ୍କ ପାଇଁ ଶିକ୍ଷା ଓ ସରକାରୀ ଚାକିରୀ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ପାଇଁ ଦାବୀ,ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ରେ ରାଜନୈତିକ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ,ଜିଲ୍ଲା ରେ ତହସିଲଦାର ତଅଁଳା ଗଉଡ଼ ଉଲ୍ଲେଖ ଥିବା ଜମି ପଟ୍ଟା ଦ୍ୱାରା ଜାତି କନ୍ଧ ଗଉଡ଼ ପ୍ରମାଣ ପତ୍ର ପ୍ରଦାନ କରିବା ନିମନ୍ତେ ଦାବୀ,କନ୍ଧଗଉଡ଼ ମାନଙ୍କୁ ଗୋରୁ ଏବଂ ଛେଳି ଗୁହାଳ,ଗୋଷ୍ଠୀଗତ ଗୋଶାଳା,ଗୋ ବଂଶ ମାନଙ୍କ ରକ୍ଷଣାବେକ୍ଷଣ ପାଇଁ ଦାବୀ,କନ୍ଧ ଗଉଡ଼ ଗୋରୁ ଓ ମେଣ୍ଢା ଚରାଳି ମାନଙ୍କୁ ସରକାର ତରଫରୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ ନିମନ୍ତେ ଦାବୀ,କନ୍ଧଗଉଡ଼ ଗୋରୁ ଓ ମେଣ୍ଢା ଚରାଳି ଙ୍କୁ ଦୈବୀ ଦୁର୍ବିପାକ ପାକ୍ଷ ଦୁର୍ଘଟଣା ପାଇଁ ଜୀବନ ବୀମା ସୁରକ୍ଷିତ ସ୍ଥାନ ସଂରକ୍ଷଣ ପ୍ରଦାନ ନିମନ୍ତେ ଦାବୀ, କଳା ସଂସ୍କୃତି ପରମ୍ପରା ଭାଗବତ ଟୁଙ୍ଗୀ ଭାଗବତ ମଠ ର ପୁନଃ ଉଦ୍ଧାର କରିବା ଏବଂ ନାଚଗୀତ ସରଞ୍ଜାମ ନିମନ୍ତେ ସରକାର ଅର୍ଥ ପ୍ରଦାନ ପାଇଁ ଦାବୀ କରାଯାଇଥିବା ଉଲ୍ଲେଖିତ ଦାବୀପତ୍ର ପ୍ରଦାନ କରିଥିଲେ। କନ୍ଧଗଉଡ଼ ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ନୟାଗଡ଼, ଦଶପଲ୍ଲା, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଭଞ୍ଜନଗର ଅଞ୍ଚଳ ର କନ୍ଧ ଗଉଡ଼ ଆଦିବାସୀ ସଙ୍ଗଠିତ ହୋଇ କନ୍ଧମାଳ ସାଂସଦ ଓ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସାଂସଦ କୁ ଦାବୀ ପ୍ରଦାନ ସମୟରେ ଜିଲ୍ଲା ରାଜ୍ୟ କାର୍ଯ୍ୟକାରୀ ସଭାପତି ନୟାଗଡ଼ ଭଗବାନ ଭୋଇ, ରାଜ୍ୟ କାର୍ଯ୍ୟକାରୀ ସମ୍ପାଦକ ନୟାଗଡ଼ ଘନଶ୍ୟାମ ନାୟକ,ରାଜ୍ୟ ଉପଦେଷ୍ଟା ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ତ୍ରିଲୋଚନ ନାୟକ ଓ ଗୋପୀନାଥ ବେହେରା, କନ୍ଧମାଳ ଜିଲ୍ଲା ମହିଳା ସଭାନେତ୍ରୀ କୁମଦିନି ବେହେରା,କନ୍ଧମାଳ ଜିଲ୍ଲା ଉପ ସଭାପତି ପ୍ରଦୀପ କୁମାର ନାୟକ, ସାଧାରଣ ସମ୍ପାଦକ ବିଭୀଷଣ ମାଝୀ, କୋଷାଧ୍ୟକ୍ଷ ନନ୍ଦକିଶୋର ବେହେରା, କନ୍ଧମାଳ ଜିଲ୍ଲା ସହ ସମ୍ପାଦକ ସୁବାଷ ଚନ୍ଦ୍ର ପ୍ରଧାନ,କନ୍ଧମାଳ ଜିଲ୍ଲା ବଲସକୁମ୍ପା ଶାଖା ଉପଦେଷ୍ଟା ନିର୍ମଳ ଚେହେରା, କନ୍ଧମାଳ ସଦସ୍ୟ କୃପାସିନ୍ଧୁ ବେହେରା,ଓ ରଞ୍ଜିତ କୁମାର ବେହେରା,ସୁଶାନ୍ତ ମାଝୀ ପ୍ରମୁଖ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ।
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ


