ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଯାସକବି ଫକୀର ମୋହନ ଓ ଉତ୍କଳ ଗୌରବ ମଧୁସୂଦନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରତିବାଦ ବୈଠକ ଓ ଥାନାରେ ଏତଲା ପ୍ରଦାନ 

ବ୍ଯାସକବି ଫକୀର ମୋହନ ଓ ଉତ୍କଳ ଗୌରବ ମଧୁସୂଦନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ପ୍ରତିବାଦ ବୈଠକ ଓ ଥାନାରେ ଏତଲା ପ୍ରଦାନ 

ଜଳେଶ୍ଵର,୩/୬(ମନିସ)-ଦୀନକୃଷ୍ଣ ସାହିତ୍ୟ, ସଂସ୍କୃତି ସଂସଦ ଆନୁକୁଲ୍ୟରେ ବ୍ଯାସକବି ଫକୀର ମୋହନ ଓ ଉତ୍କଳ ଗୌରବ ମଧୁସୂଦନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦରେ ଏକ ବୈଠକ ସଂସଦର ସଭାପତି ଇନ୍ଦୁମାଧବ ମହାନ୍ତିଙ୍କ ପୌରୋହିତ୍ୟରେ ଗାନ୍ଧୀ ସେବାଶ୍ରମ ପରିସରରେ ଅନୁଷ୍ଠିତ ହୋଇ ଯାଇ ଅଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ବ୍ୟାସକବି ଫକୀର ମୋହନ ସେନାପତି ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତି ଯେଉଁଭଳି ମିଥ୍ୟା, ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଛନ୍ତି, ତାହାରି ବିରୋଧରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ସଂସଦର ଉପସ୍ଥିତ ସଦସ୍ୟ ତଥା ଜଳେଶ୍ବରର ବରିଷ୍ଠ ନାଗରିକମାନେ ଶ୍ରୀ ପଣ୍ଡାଙ୍କ ଏପ୍ରକାର ଅଶାଳୀନ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଓଡ଼ିଆ ଅସ୍ମିତାକୁ ଆଧାର କରି ଯେଉଁ ବିଜେପି ଦଳ ସରକାରକୁ ଆସିଥିଲା, ସେହି ଦଳର ନେତୃତ୍ବ ଓଡ଼ିଆ ଅସ୍ମିତାର ବାହକ କଥା ସାହିତ୍ୟର ସମ୍ରାଟ ବ୍ଯାସକବି ଫକୀର ମୋହନ ଓ ଉତ୍କଳ ଗୌରବ ମଧୁସୂଦନଙ୍କ ବାବଦରେ ଯେଉଁଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି, ସେ ସମ୍ପର୍କରେ ଅବଗତ ଥିଲେବି ସେହି ଦଳର ଅନ୍ଯାନ୍ଯ ନେତୃତ୍ବ କିପରି ନୀରବ ଦ୍ରଷ୍ଟା ସାଜିଛନ୍ତି, ତାହାକୁ ନେଇ ସଭାରେ କ୍ଷୋଭ ପ୍ରକାଶ ପାଇଥିଲା। ସଭା ପରେ ସଂସଦ ତରଫରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଳେଶ୍ଵର ବି.ଡି.ଓ ଗୌରାଙ୍ଗ ଚରଣ ଘୋଷଙ୍କ ଜରିଆରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବାସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ପାଇଁ ଜଳେଶ୍ଵର ଥାନା ଅଧିକାରୀଙ୍କ ନିକଟରେ ଏତଲା ପ୍ରଦାନ କରାଯାଇ ଥିଲା।ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ଦିଲ୍ଲୀପ କୁମାର ଗିରି,ସୀତାଂଶୁ ସେନାପତି, ବିଶିଷ୍ଟ ଶିକ୍ଷାବିତ ଡ. ଜିତାରାମ ଦେ, ଡକ୍ଟର ଲଳିତ ରଞ୍ଜନ ସେନାପତି, ମନୋରଞ୍ଜନ ଦାସ, ସୁଶାନ୍ତ କୁମାର ଦାସ, ସୁନୀଲ କୁମାର ନାୟକ, କାଳି ଚରଣ ପୃଷ୍ଟି, ଗିରିଧାରୀ ବେହେରା, ପ୍ରାଣକୃଷ୍ଣ ଗିରି, ଅନନ୍ତ କୁମାର ଦତ୍ତ, ବସନ୍ତ ଦାସ ଓ ରବୀନ୍ଦ୍ର କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଆଶ୍ରମ ଅଧୀକ୍ଷକ ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

masiha

ଭାଟିଫାସ ଗ୍ରାମରେ ନୂତନ ପ୍ରାଥମିକ ବିଦ୍ଯାଳୟ ଖୋଲିବା ପାଇଁ ଏକ ବୈଠକ ଅନୁଷ୍ଠିତ

Sunil Chandra Nayak

ରଙ୍କାବାହାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!