ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵୟାଳିଶମୌଜାରେ ଲାଗିଲା ଟଙ୍କା ଡିପୋଜିଟ୍ ମେସିନ

କଟକ : କଟକ ସଦର ଵୟାଳିଶମୌଜା ଉପକଣ୍ଠ କଳପଡା ବଜାରସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ଦୁଇମହଲା କୋଠା ତଳ ଏଟିଏମ୍ ମେସିନ୍ ନିକଟରେ ଟଙ୍କା ଉଠାଣ ଓ ଦିପୋଜିଟ୍ ମେସିନ ଲାଗିଛି । ଯାହାଦ୍ବାରା ୪୨ମୌଜା ଓ ଅନ୍ୟ ଅଞ୍ଚଳବାସୀ ମାନେ ବ୍ୟାଙ୍କ ଖୋଲା ଓ ବନ୍ଦ ଥିଲେ ଏଥିରୁ ଉପକୃତ ହୋଇପାରିବେ ବୋଲି ବ୍ୟାଙ୍କ ଶାଖା ପ୍ରବନ୍ଧକ ସୁନୀଲ କୁମାର ସାହାଣୀ ଓ ଆସିଷ୍ଟାଣ୍ଡ ମ୍ୟାନେଜର ରମେଶ ଚନ୍ଦ୍ର ମୁଦୁଲି ପ୍ରକାଶ କରିଛନ୍ତି । ପୂର୍ବରୁ ୪୨ ମୌଜା ଅଞ୍ଚଳରେ ବିଭିନ୍ନ ବ୍ୟାଙ୍କ ତରଫରୁ ଟଙ୍କା ଉଠାଣ ପାଇଁ ଏଟିଏମ୍ ମେସିନ୍ ବସାଯାଇଥିଲେ ମଧ୍ୟ ପ୍ରଥମ ଥର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ତରଫରୁ ଟଙ୍କା ଜମାକାରୀ ମେସିନ୍ ପ୍ରଥମ ଥର ପାଇଁ ବସାଯାଇଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ଏତଦ୍ୱାର ବ୍ୟାଙ୍କ ବନ୍ଦ ଥିବା ସମୟରେ ମଧ୍ୟ ଲୋକେ ଏହି ମେସିନ୍ ସାହାଯ୍ୟରେ ନିଜେ ଟଙ୍କା ଜମା କରିପାରିବେ । ଉକ୍ତ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ସାହାଣୀ କହିବା ମୁତାବକ ଏହି ମେସିନର ବିଶେଷତା ହେଲା ଗ୍ରାହକ ଏଟିଏମ୍ କାର୍ଡ ବ୍ୟବହାର ନ କରି ମଧ୍ୟ ଆକାଉଣ୍ଟ ଓ ମୋବାଇଲ୍ ନମ୍ୱର୍ ଦ୍ୱାରା ଟଙ୍କା ଜମା କରାଯାଇ ପାରିବ । ଏ ନେଇ ଯୁବ ସାମ୍ୱାଦିକ ଚନ୍ଦନ ମହାନ୍ତି,ସାମ୍ୱାଦିକ ଦୀପକ ଆଚାର୍ଯ୍ୟ ପ୍ରମୁଖ ବ୍ୟାଙ୍କ କତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ସରସ୍ବତୀ ଶିଶୁ ମନ୍ଦିରର ୪ ଜଣ ଏ (୧) ସହ ଶତ ପ୍ରତିଶତ ସଫଳତା

ଏଲନିସ ମିଶନ୍ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ମହାଶିବରାତ୍ରି ଉପଲକ୍ଷେ ରାଉରକେଲାର ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହେଲା ମେଳା

Sunil Chandra Nayak

Leave a Comment

error: Content is protected !!