ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୀମକେଲା ଗ୍ରାମରୁ ପୁରାତନ ମୂର୍ତ୍ତି ଉଦ୍ଧାର

ଭୀମକେଲା ଗ୍ରାମରୁ ପୁରାତନ ମୂର୍ତ୍ତି ଉଦ୍ଧାର

ନର୍ଲା (ମନିସ)ପଶ୍ଚିମ ଓଡ଼ିଶାର ଇତିହାସକୁ ସମୃଦ୍ଧ କରିଥିବା କଳାହାଣ୍ଡି ଜିଲ୍ଲା ଅସୁରଗଡ ଦୁର୍ଗ ନିକଟ ଗାଁ ହେଉଛି ଭୀମକେଲା। ଏଠାରେ ଗୁପ୍ତ ଯୁଗ ବା ୪ର୍ଥ ଶତାବ୍ଦୀର ପାଞ୍ଚଫୁଟ ଉଚ୍ଚତା ବିଶିଷ୍ଟ କଳା ମୁଗୁନି ପଥରରେ ତିଆରି ବିଷ୍ଣୁ ପ୍ରତିମା ଗାଁ ମୁଣ୍ଡରେ ଥିବା ବେଳେ ପୁଣି ଏକ ପଥର ନିର୍ମିତ ମୂର୍ତ୍ତି ଉଦ୍ଧାର ହେବା ଯୋଗୁଁ ମୂର୍ତ୍ତିକୁ ଦେଖିବାକୁ ଶହ ଶହ ସଂଖ୍ୟାରେ ଲୋକଙ୍କ ସୁଅ ଛୁଟିଛି।ଗତ ୧୩ ତାରିଖ ଅପରାହ୍ନରେ ଭୀମକେଲା ଓ ମୁରସିଂ ଗ୍ରାମକୁ ସଂଯୋଗ କରୁଥିବା ନିର୍ମାଣଧୀନ ପ୍ରଧାନମନ୍ତ୍ରୀ ରାସ୍ତାର ଏକ ବିଳରୁ ଜେସିପି ସାହାଯ୍ୟରେ ମାଟି ଉତ୍ତୋଳନ ସମୟରେ ହଠାତ୍ ମାଟି ସହ ଏହି ମୂର୍ତ୍ତିକୁ ଉଦ୍ଧାର କରାଯାଇଛି। ବର୍ତମାନ ଭୀମକେଲା ଓ ଲାଖଗୁଡା ଲୋକେ ମୂର୍ତ୍ତିଙ୍କୁ ଆଣି ବିଷ୍ଣୁ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ରଖିଥିବାରୁ ଆଖପାଖ ଗାଁ ଗୁଡିକରୁ ଲୋକମାନେ ଏହା ଦେଖିବାକୁ ଆସୁଛନ୍ତି। ଅଢେ଼ଇ ଫୁଟ ଉଚ୍ଚତା ଓ ପ୍ରସ୍ଥ ୩୦ ସେଣ୍ଟିମିଟର ପଥରର ଏହି ମୂର୍ତ୍ତିଟି ଅଟେ।ପୁରୁଷ ଓ ମହିଳା ମୂର୍ତ୍ତିକୁ ଅବଲୋକନ କଲେ ଜଣାଯାଏ ଯେ ପୁରୁଷଙ୍କ ତିନି ଗୋଟି ମୁଣ୍ଡ ସହ ଗୋଟିଏ ହସ୍ତରେ ପୁସ୍ତକ ଧାରଣ ସହ ନାରୀ ମୂର୍ତ୍ତିଙ୍କ ହାତରେ ବୀଣା ଧାରଣ କରି ଥିବା ଦେଖାଯାଉଛି। ମୂର୍ତ୍ତିକୁ ନିରୀକ୍ଷଣ କଲେ ସଂପୂର୍ଣ୍ଣ ରୂପେ ସ୍ପଷ୍ଟ ରେଖାରିତ୍ର ଦୃଷ୍ଟି ଗୋଚର ହେଉ ନ ଥିବାରୁ ଗବେଷକ ଜିତେନ୍ଦ୍ର ନାଗ, ଆଶିଷ ସାହୁ ଓ ବିଶିଷ୍ଟ ଗବେଷକ ତଥା କବି ଶଶାଙ୍କ ଶେଖର ପଣ୍ଡା, ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଅଧିକ୍ଷକ ଦିବିଷଦ ଗଡ଼ନାୟକ ଏହା ଐତିହାସିକ କାଳୀନ ପୁରାତନ ମୂର୍ତ୍ତି ବୋଲି ମତ ରଖିଛନ୍ତି। ତେବେ ଏହା ଉପରେ ଆହୁରି ଗବେଷଣାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।

ପ୍ରଦୀପ କୁମାର ଗଉଡ/ଦୀପକ ଠାକୁର ନର୍ଲା ମସୀହା ପ୍ରତିନିଧି

Related posts

ଜାତୀୟ ଖାଉଟି ଦିବସ-୨୦୨୨ ନବୋଦୟ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପାଳିତ

Sunil Chandra Nayak

Nimbus – A Celebration of Indian Classical Dance by Kalingayana Touryatrikam Held in Bhubaneswar

Sunil Chandra Nayak

Forest Fire Prevention Awareness Meeting Held in Lakshmipur

masiha

Leave a Comment

error: Content is protected !!