ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘୋଟିଆ ଛକ ନିକଟରେ ପିକଅପ ଧକ୍କା ରେ ବାଇକ ଆରୋହୀ ଗୁରୁତର 

ଗୋଳାମୁଣ୍ଡା/୮/୩/ମସିହା/ଧର୍ମଗଡ଼ ରୁ ଗୋଳାମୁଣ୍ଡା ରାସ୍ତା ମଧ୍ୟରେ ବାରମ୍ବାର ଦୁର୍ଘଟଣା, କିଛି ଦିନ ତଳେ ଘୋଟିଆ ଠାରେ ଦୁର୍ଘଟଣା ଘଟିଥିଲା, ପୁଣି ଆଜି ଦୁର୍ଘଟଣା,କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଘୋଟିଆ ନିକଟସ୍ଥ ବିଜୁ ଏସ୍କପ୍ରେସ ରାସ୍ତା ରେ ଦୁର୍ଘଟଣା ଘଟିଛି। ଗୋଲାମୁଣ୍ଡା ପଟରୁ OD08M/ 8007 ନାମକ ଏକ ପିକଅପ ଗାଡ଼ି ଆସି ଘୋଟିଆ ଛକ ନିକଟରେ OD08 F/ 3087 ନାମକ ଏକ ବାଇକ ଆରୋହୀକୁ ଧକ୍କା ଦେଇଥିଲା. ଧକ୍କା ଦେବା ଫଳରେ ବାଇକ ଆରୋହୀ ଜଣକ ଗୁରୁତର ଥିବା ଜଣାପଡିଛି. । ଘଟଣାସ୍ଥଳରେ ବାଇକ୍ ଆରୋହୀ ଙ୍କ ଗୋଡ଼ ଉପରକୁ ପିକପ ଗାଡ଼ି ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପ ଖଣ୍ଡ ଚିକିତ୍ସାଳୟ କୁ ପଠାଇ ଥିବା ସୁଚନା ମିଳିଛି । ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ହେଉଛନ୍ତି ବିସିପଡ଼ାର ପ୍ରମୋଦ ଟୋଲଟିଆ ବୋଲି ଜଣା ପଡିଛି । ଦୁର୍ଘଟଣା ହେବା ଫଳରେ ତାଙ୍କର ବାମ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ଗୁରୁତର ଥିବାରୁ ତାଙ୍କୁ ଉପଖଣ୍ଡ ଧର୍ମଗଡ଼ ଚିକିତ୍ସାଲୟ ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଥିଲା.। ଏପଟେ ପିକପ ଡ୍ରାଇଭର ଫେରାର ହୋଇ ଥିବା କଥା ସ୍ଥାନୀୟ ଲୋକଙ୍କ ଠାରୁ  ପ୍ରକାଶ, ଏହି ଖବର ଶୁଣି ଦଶପୁର ପୋଲିସ ଦୀନବନ୍ଧୁ ସେଠି ଘଟଣାସ୍ଥଳରେ ପହଞ୍ଚି ପିକପ ଓ ବାଇକ କୁ ଜବତ କରାଯାଇଛି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ: ଲୋକାର୍ପିତ ହେଲା ଏଆଇ (A) ଚାଟବଟ୍ ‘ଆମର ସହାୟକ’

Sunil Chandra Nayak

ମିଳିତ ଶିକ୍ଷକ ସଂଘର ବୈଠକ 

Sunil Chandra Nayak

ମୁରିବାହାଲ ପହରୀ ମଣ୍ଡପରୁ ବାଗପଡ଼ା ରାସ୍ତା କାଦୁଆ ପଚପଚ: ଯାତାୟାତରେ ନାକେଦମ

Sunil Chandra Nayak

Leave a Comment

error: Content is protected !!