ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ରେ କୁସରାବ ବିଦ୍ୟାଳୟ ର ସଫଳତା

ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ରେ କୁସରାବ ବିଦ୍ୟାଳୟ ର ସଫଳତା

ଆସିକା, ୨୧/୮/୨୬ (ଶିବ ଶଙ୍କର ମିଶ୍ର ) ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ସୃଷ୍ଟିକରି ଅଧ୍ୟୟନ ଦିଗରେ ଆଗକୁ ବଢ଼ିବା ପାଇଁ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି । ସେଥିମଧ୍ୟରୁ ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷାରେ ଧରାକୋଟ ବ୍ଲକର କୁସରାବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ପାତ୍ର,ଶିକ୍ଷକ ସଞ୍ଜୟ କୁମାର ଡାକୁଆ, ବିଚିତ୍ରାନନ୍ଦ ପଲେଇ, କଲ୍ୟାଣୀ ତ୍ରିପାଠୀ,ରାଜ କୁମାରୀ ନାୟକ ଓ ସି ଆର ସି ସି କିରଣବାଳା ନାୟକ ଙ୍କ ମାର୍ଗଦର୍ଶନ ରେ 2023/24 ବର୍ଷରେ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ବିକାଶ ପ୍ରଧାନ, 2024/25 ବର୍ଷରେ ସୂରଜ ପ୍ରଧାନ, ଅମିତ ପ୍ରଧାନ ଓ ଶ୍ରୀମୟୀ ପାଢ଼ୀ ଏହି ମେଧା ବୃତ୍ତି ପାଇଁ ମନୋନୀତ ହୋଇଛନ୍ତି । ଏହି ଅବସରରେ ଅଭିଭାବକ ଓ ପରିଚାଳନା କମିଟି ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସାଧୁ ବାଦ ଜଣାଇଛନ୍ତି।

Related posts

ମେଲେରିଆ ଜ୍ଵର ରେ ଝୁମୁକା ୱାର୍ଡ ମେମ୍ବରଙ୍କ ମୃତ୍ୟୁ 

masiha

ନବରଙ୍ଗପୁର ଠାରେ ଆଇନଜୀବୀ ଦିଵସ ପାଳିତ 

Sunil Chandra Nayak

ଡଃ ନାରାୟଣ ସେନାପତିଙ୍କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ସମ୍ମାନ -୨୦୨୪

masiha

Leave a Comment

error: Content is protected !!