ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ରାଉରକେଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ରାଉରକେଲା ତା ୦୪/୦୪/୨୦୨୫ // ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ର ନିର୍ଦ୍ଦେଶ କ୍ରମେ ରାଉରକେଲା ଓକିଲ ସଂଘ ର ୨୦୨୫-୨୬ ବର୍ଷ ପାଇଁ କର୍ମକର୍ତା ଓ କାର୍ଯ୍ୟକାରୀ କମିଟି ନିର୍ବାଚନ ଗତ ୨୯ ଏପ୍ରିଲ ରେ ଅନୁଷ୍ଠିତ ହୋଇଥିଲା ବେଳେ ଆଜି ନବ ନିର୍ବାଚିତ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ସଦସ୍ୟ ମାନଙ୍କୁ ବିଧିବଦ୍ଧ ଭାବରେ ନିର୍ବାଚନ ଅଧିକାରୀ ସଂଘର ବରିଷ୍ଠ ଆଇନଜୀବୀ ୟାମୁନ ନବୀ ଶପଥ ପାଠ କରାଇଥିଲେ।ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସଭାପତି ଭାବରେ ସଦାନନ୍ଦ ସାହୁ, ଉପ ସଭାପତି ରାଜ କିଶୋର ପ୍ରଧାନ, ସଂପାଦକ ଦେବାନନ୍ଦ ତନ୍ତୀ, ଯୁଗ୍ମ ସଂପାଦକ ଅନୁସୁର ହରି ଦୋରା, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସିଂହଦେଓ,ସହ ସଂପାଦକ (ଏ ଏସ ଏମ୍ ଫଣ୍ଡ) ତାପସ ପରିଡ଼ା,ସହ ସଂପାଦକ ( ପାଠାଗାର) ରାଜଶ୍ରୀ ମିଶ୍ର , କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ( ୩୦ ବର୍ଷ ଅଭିଜ୍ଞତା) ରେ ବ୍ରିଜେଶ କୁମାର ମିଶ୍ର ଓ କୈଳାସ ଚନ୍ଦ୍ର ସାବତ,(୨୦ ବର୍ଷ ଅଭିଜ୍ଞତା) ରେ ଅନନ୍ତ ନାରାୟଣ ସାହୁ ଓ ଗଙ୍ଗାଧର ଦାସ,( ୧୦ ବର୍ଷ ଅଭିଜ୍ଞତା) ରେ ଝସକନ ପ୍ରସାଦ ମୁର୍ମୁ ଓ କାର୍ତ୍ତିକ ଓରାମ (୭ ବର୍ଷ ଅଭିଜ୍ଞତା) ରେ ଅଭିଷେକ ସିଂହ ଓ ମହିଳା ବିଭାଗରେ ମେରୀ ମାକ୍ସିମା ଏକ୍କା ଓ ସୁମିତା ନନ୍ଦ ପ୍ରମୁଖଙ୍କ ଶପଥ ପାଠ କରାଇଥିଲେ।

   ନବ ନିର୍ବାଚିତ କର୍ମକର୍ତ୍ତା ମାନେ ତାଙ୍କ ବକ୍ତବ୍ୟରେ ଶାନ୍ତି ଶୃଙ୍ଖଳା ଓ ସୁଚାରୁରୂପେ ନିର୍ବାଚନ ସଂପାଦିତ କରିଥିବାରୁ ନିର୍ବାଚନ ଅଧିକାରୀ ଙ୍କୁ କୃତଜ୍ଞତା ପ୍ରକାଶ କରିବା ସହିତ ଆଗାମୀ ଦିନରେ ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଯଥା ଚିକିତ୍ସା ପାଇଁ ମଧୁବାବୁ ବୀମା ଯୋଜନା କରିବା, ଆଇନଜୀବୀ ପେସା ରେ ଯୋଗ ଦେଉଥିବା ନୁଆ ଆଇନଜୀବୀ ମାନଙ୍କୁ ସର୍ବନିମ୍ନ ୫ ବର୍ଷ ପର୍ଯ୍ୟନ୍ତ ସହାୟତା ରାଶି ମାସିକ ୫ ହଜାର ଟଙ୍କା ଯୋଗାଇ ଦେବା, କଲ୍ୟାଣ ପାଣ୍ଠିକୁ ରାଜ୍ୟ ସରକାରଙ୍କୁ ଅନୁଦାନ ଅର୍ଥ ବୃଦ୍ଧି କରିବା ପ୍ରଭୃତି ଅନେକ ପ୍ରସଙ୍ଗରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସମସ୍ତ ସଦସ୍ୟ ମାନଙ୍କ ସହଯୋଗ ଯୋଗାଇଦେବାକୁ ଆହ୍ୱାନ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୋଟେର ଛକରେ କୋକସରା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଧର୍ମଘଟ ପ୍ରତିବାଦ

Sunil Chandra Nayak

ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ:ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

Sunil Chandra Nayak

ଗଜାନନ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ

masiha

Leave a Comment

error: Content is protected !!