ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ଖାଦ୍ୟ ସୁରକ୍ଷା ଓ ଟବାକୋ ନିୟନ୍ତ୍ରଣ ବିଭାଗ ମିଳିତ ଚଢାଉ 

ଜିଲା ଖାଦ୍ୟ ସୁରକ୍ଷା ଓ ଟବାକୋ ନିୟନ୍ତ୍ରଣ ବିଭାଗ ମିଳିତ ଚଢାଉ 

ଡାବୁଗାଁ, ୬/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ସଦରମହକୁମାସ୍ଥିତ ହାଟ ଓ ବିଭିନ୍ନ ଦୋକାନ ଉପରେ ଜିଲା ଖାଦ୍ୟ ସୁରକ୍ଷା ବିଭାଗ ଓ ଟବାକୋ ନିୟନ୍ତ୍ରଣ ବିଭାଗ ପକ୍ଷରୁ ଗୁରୁବାର ଚଢାଉ କରିଛି | ବଜାର ରେ ଥିବା ପାନ ଦୋକାନ, ତେଜରାତି ଦୋକାନ, ବେକେରୀ, ଫଳ ଦୋକାନ, ହୋଟେଲ ଓ ଖାଦ୍ୟ ସାମଗ୍ରୀ ଦୋକାନ ଗୁଡିକ ଉପରେ ଚଢାଉ କରିଥିଲେ | ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ମାନ, ଗୁଟୁଖା, ତମାଖୁ ଆଦି ଯାଞ୍ଚ କରିଥିଲେ | ହାଟ ମଧ୍ୟରେ ବିକ୍ରି କରାଯାଉଥିବା ଅପମିଶ୍ରିତ ମସଲା ଗୁଣ୍ଡ ପ୍ୟାକେଟ ଗୁଡିକ ନଷ୍ଟ କରଯାଇଥିଲା ଓ ମସଲା ବ୍ୟବସାୟୀ ମାନଙ୍କୁ ଏଭଳି ଅପମିଶ୍ରିତ ମସଲା ବିକ୍ରି ନକରିବାକୁ ତାଗିଦ କରାଯାଇଥିଲା | ପ୍ରାୟ ୨୪ ଟି ଦୋକାନରେ ଚଢାଉ କରି ମୋଟ ୭୧୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା | ଏଥିରେ ତମାଖୁ ନିୟନ୍ତ୍ରଣ ବିଭାଗ ର ମୋଟ ୫୧୦୦ ଓ ଖାଦ୍ୟ ସୁରକ୍ଷା ବିଭାଗର ୨୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା | ଏହି ଚଢାଉରେ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମିଶ୍ର, ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଜିଲା ପରାମର୍ଶଦାତା ତରୁଣ କୁମାର ସାହୁ, ଭେଷଜ ନିରିକ୍ଷକ ଧରିତ୍ରୀ ସାବତ, ଡାବୁଗାଁ ଅବକାରୀ ଉପନିରିକ୍ଷକ ସମୀର କୌଶଲ୍ୟା, ଅବକାରୀ କର୍ମଚାରୀ ଶ୍ରୀକାନ୍ତ ବିଶୋଇ, ଗତୁଲ ନାୟକ, ସୁରେଖା ଭତ୍ରା ଓ ବିବେକାନନ୍ଦ ସାହୁ ପ୍ରମୁଖ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଦମଡିହି ଗ୍ରାମରେ ଭୂମିଜ ସଂପ୍ରଦାୟ ତରଫରୁ କରମ ପୂଜା

masiha

ଜନମଂଗଳ, ରାସୋଳ ତରଫରୁ ବଣଭୋଜି କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଇ-ଆଡ଼ମିଶନ ଟ୍ରେନିଂରେ ଥିଲେ ଅନୁପସ୍ଥିତ ଥିବାରୁ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସହ ୮ ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି

Leave a Comment

error: Content is protected !!