ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରମାଣ ଅଭାବରୁ ପୂର୍ବତନ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିର୍ଦ୍ଦୋଷରେ ଖଲାସ।

ପ୍ରମାଣ ଅଭାବରୁ ପୂର୍ବତନ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିର୍ଦ୍ଦୋଷରେ ଖଲାସ।

କଳାହାଣ୍ଡି:ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏକ ଲାଞ୍ଚ ମାମଲାରେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି l ପ୍ରକାଶ ଥାଉକି ଗତ ୨୦୧୬ ମସିହାରେ ଜନୈକ ଠିକାଦାର ବାହାଦୁର ବଗିଚା ପଡା ର ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼ ଙ୍କ ଠାରୁ ଠିକା କରିଥିବା ଏକ ବିଲ ମଂଜୁର କରିବା ପାଇଁ ୪୦ ହଜାର ଟଙ୍କା ଦାବି କରିଥିଲେ l ଏହି ବିଷୟ କୁ ଭବାନୀପାଟଣା ଭିଜିଲାନସ୍ ଙ୍କ ଜରିଆରେ କୋରାପୁଟ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ଙ୍କ ପାଖରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ ଆଧାରରେ କୋରାପୁଟ ଭିଜିଲାନସ୍ କେସ ନମ୍ବର.୦୫/୨୦୧୬ ରୁଜୁ କରାଯାଇ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ସେହି ମାମଲାରେ ଭିଜିଲାନସ୍ ବିଭାଗ ତରଫରୁ ଅଭିଯୋଗ ପତ୍ର ମାନ୍ୟବର ଭିଜିଲାନସ୍ କୋର୍ଟ ରେ ଦାଖଲ କରାଯାଇଥିଲା l ସେହି ମାମଲାରେ ୧୦ ଜଣ ସାକ୍ଷୀ ମାନଙ୍କ ବୟାନ ଆଧାର ରେ ଆଜି ସ୍ୱତନ୍ତ୍ର ଭିଜିଲାନସ୍ ବିଚାରପତି ଶ୍ରୀମାନ ବଦ୍ରି ନାରାୟଣ ନନ୍ଦ ପ୍ରମାଣ ଅଭାବରୁ ପୂର୍ବତନ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ମରଣ ଶଙ୍କର ମିଶ୍ର ଙ୍କୁ ନିର୍ଦୋଷ ରେ ଖଲାସ କରିଛନ୍ତି l ଏହି ମାମଲା କୁ ପୂର୍ବତନ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ପିଏଚ ଡିଭିଜନ ଭବାନୀପାଟଣା ଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଶ୍ରୀ ଦିଲ୍ଲୀପ ସା ପରିଚାଳନା କରୁଥିଲେ।

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଚଇତି -୨୦୨୪ ପ୍ରଚାର ପ୍ରଶାର ନିମନ୍ତେ ପ୍ରସ୍ତୁତି ବୈଠକ

masiha

ଦୁଇ ନାବାଳିକା ସମେତ ଚାରି ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କଲେ ସାମାଜିକ କର୍ମୀ

Sunil Chandra Nayak

Leave a Comment

error: Content is protected !!