ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୫ପ୍ରାଣୀ |ବଳି ମଝିଙ୍କୁ ଆବାସ ଘର କେବେ ?

ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୫ପ୍ରାଣୀ |ବଳି ମଝିଙ୍କୁ ଆବାସ ଘର କେବେ ?

ନବରଙ୍ଗପୁର: (ତା ୧୫/୦୯)(ରବି ନାରାୟଣ ମହାନ୍ତି)-ପନ୍ଦର ବର୍ଷ ତଳେ ନିର୍ମାଣ କରିଥିବା ମାଟି କୁଡ଼ିଆ ଏବେ ବିପଦ ସଂକୁଳ ଅବସ୍ଥାରେ |ଭଙ୍ଗା ଦଦରା ଘରେ ନିଜ ସ୍ତ୍ରୀ ଓ ତିନି ସନ୍ତାନଙ୍କୁ ନେଇ ରହୁଛନ୍ତି ବଳି ମାଝୀ ଙ୍କ ପରିବାର |ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ବାନୁଆଗୁଡା ପଂଚାୟତ ଅନ୍ତର୍ଗତ ଗମିଅଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ |ଗ୍ରାମର ବଳି ମାଝୀ (୬୩) ସ୍ତ୍ରୀ ଦଇମତି ମାଝୀ ଓ ଦୁଇ ଝିଅ ଓ ଏକ ପୁଅ କୁ ନେଇ ଏକ ଭଙ୍ଗା ଦଦରା ଘରେ କାଳ କାଟୁଛନ୍ତି |ପ୍ରଶାସନ ପକ୍ଷରୁ ପାଞ୍ଚ କୁଟୁମ୍ବକୁ ୨୫କେଜି ଚାଉଳ ମିଳୁଥିବା କିଛି ବର୍ଷ ହେବ ବଳି ମାଝୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି |ସ୍ତ୍ରୀ ଦଇମତି ଏଯାଏ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ରହିଛି |ବଳିଙ୍କ ପରିବାର ପାଇଁ ଆବାସ ଘର କିନ୍ତୁ ସାତ ସପନ ପାଲଟିଛି |ପିତୃ ଅର୍ଜିତ ଅଳ୍ପ କିଛି ଜମି ରହିଥିବା ବେଳେ ଚାଷବାଷ ସାଙ୍ଗକୁ କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରୁଛି ବଳି |ଦୀର୍ଘ ବର୍ଷ ତଳେ ମାଟି କାନ୍ଥରେ କିଛି ଆଡ଼ଭେଷ୍ଟ ଓ କିଛି ଖପର ଦେଇ ନିର୍ମାଣ କରିଥିଲେ ଦୁଇ ବଖରା ଘର ଆର୍ଥିକ ଅଭାବ ଯୋଗୁଁ ଘରର ମରାମତି ଠିକରେ ନହେବାରୁ କାନ୍ଥ ସବୁରେ ବର୍ଷା ଛିଟା ପଡି ପଡି ନଷ୍ଟ ହେବାରେ ଲାଗିଛି |ଅନ୍ୟପକ୍ଷେ ଆଡ଼ଭେଷ୍ଟ ଓ ଖପର ସବୁ ଫାଟି ଯିବାରୁ ତହିଁରେ ଜରିପାଲ ସାଙ୍ଗକୁ କିଛି ନଡା ପକେଇ କାମ ଚଳାଉଛି ବଳି |ଏସବୁ ବ୍ୟବସ୍ଥା ପରେ ମଧ୍ୟ ବର୍ଷା ଭିତର ଚଟାଣ ସବୁ ପାଣିରେ ଓଦା ହୋଇଯାଉଥିବା ବଳି ଅଭିଯୋଗ କରିଛନ୍ତି |ତେଣୁ ପ୍ରଶାସନ ବଳି ମାଝୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଦେଲେ ବଳିଙ୍କ ପରିବାର ଉପକୃତ ହୁଅନ୍ତେ ବୋଲି ବଳି ପ୍ରଶାସନକୁ ନିବେଦନ କରିଛନ୍ତି |

ମସିହା ନିୟୁଜ୍ ସର୍ଭିସ୍ 

Related posts

ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳନ

Sunil Chandra Nayak

ରାଇରଙ୍ଗପୁର ନୂତନ ଜିଲ୍ଲା ଘୋଷଣା ଏବଂ ଜିଲ୍ଲା ଆରକ୍ଷୀ ନିଯୁକ୍ତି ନେଇ ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତିଙ୍କ ଖବରଦାତା ସମ୍ମିଳନୀ

ଚେପଟିଆମ୍ବ ଘାଟିରେ ଅଟୋ ଓଲଟିବା ଘଟଣା ରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି 

masiha

Leave a Comment

error: Content is protected !!