ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଗାଁ ବ୍ଲକର ୬୭ଗାଁ କୁ ନାହିଁ ପକ୍କା ରାସ୍ତା

ଝରିଗାଁ ବ୍ଲକର ୬୭ଗାଁ କୁ ନାହିଁ ପକ୍କା ରାସ୍ତା 

ନବରଙ୍ଗପୁର(ମସିହା)-ଦେଶକୁ ସ୍ୱାଧୀନତାର ୭୭ବର୍ଷ ପୂର୍ଣ୍ଣ ହୋଇଯାଇଛି |ନିକଟରେ ଜି -୨୦ସମ୍ମିଳନୀରେ ପ୍ରତିନିଧିତ୍ବ ମଧ୍ୟ କରିଛି |କେନ୍ଦ୍ର ରୁ ରାଜ୍ୟ ସବୁଠି ବିକାଶର କଥା ଚର୍ଚ୍ଚା ହେଉଛି |ବାସ୍ତବରେ ରାଜ୍ୟରେ ଅନେକ ଗାଁ ରହିଛି ଯେଉଁଠି ବିକାଶର ପାଦ ବି ପଡ଼ିନାହିଁ |ବଦଳି ପାରିନାହିଁ ଉପାନ୍ତ ଅଞ୍ଚଳର ବିକଳ ଚିତ୍ର |ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ୬୭ଗାଁକୁ ଏଯାଏ ପକ୍କା ରାସ୍ତା ଟିଏ ହୋଇପାରିନି |ଏହାର ପ୍ରଭାବରେ ସମ୍ପୃକ୍ତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିଜୁଳି ମଧ୍ୟ ପହଞ୍ଚି ପାରିନି |କେନ୍ଦ୍ର ଓ ରାଜ୍ୟ ସରକାର ବିକାଶ ଲାଗି ଯୋଜନା କରୁଛନ୍ତି |ସମ୍ପୃକ୍ତ ଯୋଜନା ଗୁଡିକର କିଭଳି ସଫଳ ରୂପାୟନ ହେଉଛି ଏଥିରୁ ଅନୁମେୟ |ଝରିଗାଁ ବ୍ଲକବାସୀଙ୍କ ମୁଖ୍ୟ ଆୟୁଧ ହେଉଛି କୃଷି |ଚାଷ କରି ବଂଚିବା ଲାଗି ବ୍ଲକ ର ବିଭିନ୍ନ ଉପାନ୍ତ ଅଂଚଳରେ ଜନବସତି ଗଢିଛନ୍ତି ଲୋକେ |ଉପାନ୍ତ ଅଞ୍ଚଳ ଗାଁ ଗୁଡିକରେ କେଉଁଠି ୧୫ ପରିବାର ତ ଆଉ କେଉଁଠି ୨୫ପରିବାର ରୁ ଅଧିକ ପରିବାର ବସବାସ କରୁଛନ୍ତି |ବ୍ଲକ ର ଅଧିକାଂଶ ଗାଁ ସୀମାନ୍ତ ପଞ୍ଚାୟତ ଗୁଡିକରେ ରହିଛି |ସେଥିରୁ ୯୦ପ୍ରତିଶତ ଗାଁ ରିଜର୍ଭ ଜଙ୍ଗଲ ମଧ୍ୟରେ ରହିଛି |ଜବର ଦଖଲ କରି ରହୁଥିବାରୁ ସମ୍ପୃକ୍ତ ଅଞ୍ଚଳର ସଠିକ ବିକାଶ ହୋଇପାରୁନାହିଁ |ପକ୍କା ରାସ୍ତା ନିର୍ମାଣ ହୋଇପାରୁନି |ପାଦଚଲା ରାସ୍ତା ଆଜିବି ସେମାନଙ୍କ ଭରସା |ସ୍ଥାନୀୟ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଗୋପାଳ କୃଷ୍ଣ ପାଢ଼ୀଙ୍କ ଅନୁଯାୟୀ,ବ୍ଲକର ୬୭ଗାଁ କୁ ଗମନାଗମନ ସୁବିଧା ନାହିଁ |୨୭ଖଣ୍ଡ ଗାଁକୁ ଗମନାଗମନ ପାଇଁ ଅନୁକୂଳ ରାସ୍ତା ନାହିଁ |ବର୍ଷାଦିନେ ୪୦ଖଣ୍ଡ ଗାଁ କୁ ଯୋଗାଯୋଗ ବିଛିନ୍ନ ସମସ୍ୟା ଲାଗି ରହୁଛି |ସମ୍ପୃକ୍ତ ଗାଁ ଗୁଡିକୁ ଆମ୍ବୁଲାନ୍ସ ଯାଇପାରୁନି |ସ୍ୱାସ୍ଥ୍ୟସେବା ଯୋଗାଇବାରେ ବାଧା ସୃଷ୍ଟି ହେଉଛି |ବ୍ଲକର ସୀମାନ୍ତ ତେଲନଦୀ,ଚକଳାପଦର, ସାନ ଟେମରା, ଗୁରୁସିଙ୍ଗା, ଇଚ୍ଛାପୁର, ଝରିଗାଁ ଆଦି ପଂଚାୟତରେ ଅନେକ ଗାଁ ରହିଛି |ଯେଉଁଠିକୁ ବର୍ଷାଦିନେ ଯୋଗାଯୋଗ ବିଛିନ୍ନ ହେଉଛି |ଆଉ କେତେକ ଗାଁକୁ ବର୍ଷାଦିନେ ଚାଲିକି ଯିବା ସମ୍ଭବ ହେଉନି |ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି |ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ଗୁରୁତର ରୋଗୀ ଏବଂ ଗର୍ଭବତୀ ମାନଙ୍କୁ ଖଟିଆରେ ଡାକ୍ତରଖାନାକୁ ନେବାକୁ ପଡୁଛି |ଏ ସମ୍ପର୍କରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ପଚାରିବାରୁ ପୂର୍ବ ଅପେକ୍ଷା ଜିଲ୍ଲାରେ ଅପହଂଚ ଗାଁ ସଂଖ୍ୟା କମିଥିବା କହିଛନ୍ତି |ବଳକା ଗାଁ ଗୁଡିକୁ ପଂଚାୟତ ସହ ସଂଯୋଗ କରିବାକୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି |ଅପହଞ୍ଚ ଅଂଚଳ ଗୁଡିକୁ ଗମନାଗମନ ସୁବିଧା କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ 2025 ଉଦଘାଟିତ 

Sunil Chandra Nayak

ଏଲ ଏଚଭି ଙ୍କ ଅବସର ଗ୍ରହଣ 

masiha

ସ୍ୱାବଲମ୍ବୀ ଭାରତ ଅଭିଯାନର ରାଷ୍ଟ୍ରୀୟ କର୍ମଶାଳାରେ କଳାହାଣ୍ଡି ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!