ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଗୋବର୍ଦ୍ଧନପୁର ପଞ୍ଚାୟତରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଲାଞ୍ଜିଗଡ଼,୨୦/୦୩(ମନିସ)-ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ମଧୁପୁରଠାରେ ଆଜି ସାପ୍ତାହିକ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ଏବିଡିଓ ବିଭୂତିଭୂଷଣ ଶତପଥୀଙ୍କ ସମେତ ସହକାରୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଦଶମତ ମାଝୀ, ବ୍ଲକ ପ୍ରାଣୀ ସଂପଦ ଅଧିକାରୀ ଡ. ରଞ୍ଜିତ ସାହୁ, ଏବିଇଓ ଦ୍ରୋଣ ରଣା, କ୍ରୁଷି ବିଭାଗର ଲକ୍ଷ୍ମୀ ବିଶ୍ବାଳ, ବ୍ଲକ ସାମାଜିକ ସଂପ୍ରସାରଣ ଅଧିକାରୀ ଅରବିନ୍ଦ ମହାପାତ୍ର, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳୀୟାର ସିଂହ, ଗ୍ରାମ୍ୟ ଗ୍ରୁହ ନିର୍ମାଣ ବିଭାଗର ବିପିସି ରୁଦ୍ରପ୍ରସାଦ ସାହୁ, ରାଜସ୍ବ ନିରୀକ୍ଷକ ବୈବସୂତ ବାଗ, ମହିଳା ସ୍ବାସ୍ଥ୍ୟକର୍ମୀ ରସବତୀ ସୁନାନୀ, ବ୍ଲକ ଯୋଗାଣ ବିଭାଗର ଲକ୍ଷ୍ମଣ ନାୟକ, ମନରେଗା ବିଭାଗର ଭୂଜନ ହାତୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ଆପତ୍ତି ଓ ଅଭିଯୋଗର ଶୁଣାଣି କରିଥିଲେ । ଜନସାଧାରଣ ବିଶେଷ କରି ଆବାସଗୃହ, ଭତ୍ତା, ରେସନ କାର୍ଡ ଆଦି ସଂପର୍କରେ ଦାବି ଉପସ୍ଥାପନ କରିଥିଲେ । ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନାଏବ ସରପଞ୍ଚ ସଞ୍ଜୀବ କୁମାର ପଣ୍ଡା, ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଅମର ସିଂ ପୁଝାରୀ, ଗ୍ରାମରୋଜଗାର ସେବକ ବିଭୁଦାନନ୍ଦ ଭୋଇ, ବିଏଫ୍ ଟି ରାମସାଗର ମାଝୀ, ଯୋଗାଣ ସହାୟକ କମଳ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଚନ୍ଦ୍ରଶେଖର ମାଝୀ, ତାତେଶ୍ବର ଗଉଡ଼, ମନୋଜ ବେହେରା, ଅଶୋକ ପରିଡ଼ା, ତପନ ମାଝୀ, ଜଗମୋହନ ଛତର, ସୁଦର୍ଶନ ଗଉଡ଼, ଦ୍ବିତୀବାହନ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଟିକାବାଲି ଏମ ସି ଏସ ମହାବିଦ୍ୟାଳୟ ଠାରେ ଅନ୍ତଃ ଜିଲ୍ଲା ଯୁବ ସଂସଦ କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ଜନ୍ମଦିନରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ରାଜେନ୍ଦ୍ର

Sunil Chandra Nayak

ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Leave a Comment

error: Content is protected !!