ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଧାରଣ ନିର୍ବାଚନ ପ୍ରସ୍ତୁତି, ପୁଲିଂ ଓ ପ୍ରିଜାଇଡିଂ ଅଧିକାରୀଂକୁ ତାଲିମ ଉଦଯାପିତ

ସାଧାରଣ ନିର୍ବାଚନ ପ୍ରସ୍ତୁତି, ପୁଲିଂ ଓ ପ୍ରିଜାଇଡିଂ ଅଧିକାରୀଂକୁ ତାଲିମ ଉଦଯାପିତ

ବନ୍ଧୁଗାଁ ତା ୧୫/୩/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ମାନଙ୍କୁ ଦୁଇ ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ବନ୍ଧୁଗାଁ ବ୍ଲକର କାର୍ଯ୍ୟରତ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ଭୋଟ ଦାନ କେନ୍ଦ୍ର ଗୁଡ଼ିକରେ ନିଯୁକ୍ତ ଦିଆଯିବ । ଏହା ପୂର୍ବରୁ ପ୍ରାକ୍ ପ୍ରସ୍ତୁତି ଭାବେ ଦୁଇ ଦିନ ଧରି ତାଲିମ ପ୍ରଦାନ କରାଯାଇଛି । ଏଥିରେ ମୁଖ୍ୟତଃ ଇଭିଏମ ମେସିନ ପରିଚାଳନା ଏବଂ ଚଳିତ ବର୍ଷ ଭିଭି ପାର୍ଟ ମେସିନ ପରିଚାଳନା ସମ୍ବନ୍ଧୀୟ ତାଲିମ ଏବଂ ପୋଷ୍ଟାଲ ବେଲେଟ ପେପର ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର ଭାବେ ବନ୍ଧୁଗାଁ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଅଭିଷେକ ବିଶ୍ୱଜିତ ସେଠୀ,ନାରାୟଣପାଟଣା ତହସିଲଦାର ସଂଗୀତା ସେନ,ବନ୍ଧୁଗାଁ ତହସିଲଦାର ସୋନାଲି ପାତ୍ର,ମଙ୍ଗଳ ବିଭାଗ ଅଧିକାରୀ ଚନ୍ଦନ କୁମାର ସ୍ୱାଇଁ, ଗୋଷ୍ଟୀ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ର, ଡି.ଏସ.ଏସ.ଓ.ଏଵଂ ଜି.ପି.ଇ.ଓ ଶ୍ରୀନିବାସ ପଟ୍ଟନାୟକ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ । ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଥିବା ୪ ଟି କକ୍ଷରେ ୧୯୭ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଆଜି କୋରାପୁଟ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି ସମସ୍ତ ତାଲିମ ପ୍ରଦାନ କେନ୍ଦ୍ରକୁ ବୁଲିବା ସହିତ ତଦାରଖ କରିଥିଲେ । ଏଥିରେ ସମୁଦାୟ ୧୯୭ ଜଣଙ୍କୁ ତାଲିମ ପ୍ରଦାନ କରାଯିବା ବେଳେ ଏଥିରେ ପୁଲିଂ ଅଧିକାରୀ ୪୦ ଜଣ, ପ୍ରଥମ ପ୍ରିଜାଇଡିଙ୍ଗ ଅଧିକାରୀ ୩୮ ଜଣ, ଓ ୧୧୯ ଜଣ ଦୂତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ପ୍ରିଜାଇଡଙ୍ଗ ଅଧିକାରୀ ରହିଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଆଜି ସକାଳ ୮ ଘଣ୍ଟା ରେ ଇହ ଧାମ ତ୍ୟାଗ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ଅର୍ଥ ସାଜିଲା ବାଧକ ପାଠ ପଢା ପାଇଁ

masiha

ରାଷ୍ଟ୍ରୀୟ ସହରାଞ୍ଚଳ ଭୂମି ସର୍ବେକ୍ଷଣ “ନକ୍ସା” ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!