ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ବ୍ଲକ ପଡ଼ିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଶୁଭାରମ୍ଭ 

 ଲକ୍ଷ୍ମୀପୁର ବ୍ଲକ ପଡ଼ିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଶୁଭାରମ୍ଭ 

କୋରାପୁଟ :- ଲକ୍ଷ୍ମୀପୁର ବ୍ଲକ ପଡ଼ିଆ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଭିଡିଓ କନଫରେନ୍ସ ମାଧ୍ୟମରେ ଲକ୍ଷ୍ମୀପୁର ଉପାଧ୍ୟକ୍ଷା ଶ୍ରୀମତି ଆରତୀ କୁଲଦୀପ ଲକ୍ଷ୍ମୀପୁର ବ୍ଲକ ୧୩ ଟି ପଞ୍ଚାୟତକୁ ୬ କୋଟି ୫୦ ଲକ୍ଷ ଟଙ୍କା ଗ୍ରାମାଞ୍ଚଳରେ ଜଗନ୍ନାଥ ସଂସ୍କୃତିର ଭିତ୍ତିଭୂମିର ବିକାଶ ନିମନ୍ତେ ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ କରିଥିବାରୁ ଶ୍ରୀମତୀ ଆରତୀ କୁଲଦୀପ ଲକ୍ଷ୍ମୀପୁର ବ୍ଲକ ତରଫରୁ ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଫାଇଭ୍ ଟି ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ ଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକର ମିଶନ ଶକ୍ତି ଉପଦେଷ୍ଟା ଶ୍ରୀମତୀ କୌଶଲ୍ୟା ହିକକା, ପୂର୍ବତନ ଲକ୍ଷ୍ମୀପୁର ବିଧାୟକ ତଥା ବିଜେଡି ଦଳର ରାଜ୍ୟ ସାଧାରଣ ସମ୍ପାଦକ କୈଳାସ କୁଲେସିକା , ଏସଡିସି ସଦସ୍ୟ ପାର୍ଦା କୁଲେସିକା,ବିଡ଼ିଓ କୁରେଶ୍ଵର ଭୋଇ ବ୍ଲକର ସମସ୍ତ ସରକାରୀ କର୍ମଚାରୀ ଏବଂ ୧୩ ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ SHG ମହିଳା ମାନେ ଉପସ୍ଥିତ ଥିଲେ। ସେହିପରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକର ୫୧ ଟି ଗ୍ରାମ ପଞ୍ଚାୟତକୁ ଜଗନ୍ନାଥ ସଂସ୍କୃତିରେ ବିକାଶ କରିବାପାଇଁ ୨୫ କୋଟି ୫୦ ଟଙ୍କା ମଞ୍ଜୁର କରିଥିବାରୁ ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା, ନାରାୟଣପାଟଣା ବ୍ଲକର ଜି. ତ୍ରିନାଥ ଓ ଦଶମନ୍ତପୁର ବ୍ଲକ ତରଫରୁ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ୍ ଟି ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ୍ ଙ୍କୁ ଧନ୍ୟବାଦ ଦେଇଥିଲେ । କିନ୍ତୁ ଅଧିକା SHG ମହିଳା ମାନଙ୍କୁ ଡାକି କମ୍ ଟେଣ୍ଟ୍ ଲଗାଇ ଥିବାରୁ କିଛି ମହିଳା ଖରାରେ ଛିଡ଼ା ହୋଇ ଥିବାରୁ ଜଣେ ମହିଳା ଖରାରେ ଅଚେତ୍ ହୋଇ ଯିବାରୁ ସାଙ୍ଗରେ ଥିବା ମହିଳା ମାନେ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ମୀପୁର ମେଡିକାଲ ନେଇଯାଇ ଥିବା ଦେଖିବାକୁ ମିଳିଥିଲା। ଏନେଇ ଲକ୍ଷ୍ମୀପୁର ବ୍ଲକ ପ୍ରଶାସନ ପଚାରିବାରୁ ମୁହଁ ଖୋଲି ନଥିଲେ।

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୋରାପୁଟରେ ସୁଭଦ୍ରା ସ୍ବାଗତ ପଦଯାତ୍ରା 

masiha

ଟ୍ରୀ ଫାଉଣ୍ଡେସନ ଅଧକ୍ଷ ଙ୍କୁ ପ୍ରକୃତି ମିତ୍ର ପୁରସ୍କାର 

Sunil Chandra Nayak

ଜିଲ୍ଲାସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!