ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡାଦେଶ

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ପାଇଁ ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡାଦେଶ

୨୦୧୪ ମସିହାରେ କେଗାଁ ଥାନା ଅନ୍ତର୍ଗତ କଣ୍ଟାମାଳ ଗ୍ରାମର ଥକାମନା ବେହେରା ଙ୍କ ନାବାଳିକା ଝିଅ ଶୌଚ ପାଇଁ ଯାଉଥିବା ବେଳେ ସେହି ଗ୍ରାମର ଜୟ ପ୍ରସାଦ ବେହେରା ତାକୁ ଅଭଦ୍ର ଭାଷା ରେ ଗାଳିଗୁଲଜ କରିବା ସହ ନିକଟସ୍ଥ କୂଅ ରେ ଫିଙ୍ଗି ଦେବା ପାଇଁ ଧମକ ଦେଇଥିଲେ। ଏକଥା ନାବାଳିକା ନିଜ ଜେଜେମା ଙ୍କୁ କହିବାରୁ ସେ ଏନେଇ ପ୍ରତିବାଦ କରିଥିଲେ। ଏଥିରେ ଉକ୍ଷିପ୍ତ ହୋଇ ସେଠାରେ ଉପସ୍ଥିତ ଥିବା ଅଭିଯୁକ୍ତ ଙ୍କ ବାପା ମାୟାଧର ବେହେରା ଙ୍କ ପ୍ରରୋଚନାରେ ଅଭିଯୁକ୍ତ ଜୟ ପ୍ରସାଦ ବେହେରା ପୀଡିତା ପଦ୍ମାବତୀ ବେହେରାଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିବା ଦ୍ୱାରା ତାଙ୍କ ଡାହାଣ ହାତ ଓ ବାମ ଗୋଡ଼ ଭାଙ୍ଗି ଯାଇଥିବା ପୀଡିତା ଙ୍କ ପୁତ୍ର ଥକାମନ ବେହେରା କେଗାଁ ଥାନା ରେ ଲିଖିତ ଏତାଲା ପ୍ରଦାନ କରିଥିଲେ। କେଗାଁ ପୋଲିସ ଏହାର ତଦନ୍ତ କରି ଥାନା କେଶ ନମ୍ବର ୯୫/ ୧୪.୧୦.୨୦୧୪ ଭରତୀୟ ପିଙ୍ଗଳ କୋର୍ଡ ଦଫା ୩୫୪,୩୨୩,୩୨୬,୫୦୬ ଓ ୩୪ ବଳରେ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଦୀର୍ଘ ୯ବର୍ଷ ଧରି ଏହି ମାମଲା ଧର୍ମଗଡ଼ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା। ଇତି ମଧ୍ୟରେ ଅଭିଯୁକ୍ତ ମାୟାଧର ବେହେରା ଙ୍କ ମୃତ୍ୟୁ ଘଟିଥିଲା। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ, ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ରାଜେଶ କୁମାର ଦାସ ଆଜି ମାମଲା ର ଚୂଡାନ୍ତ ଶୁଣାଣି କରି ମୁଖ୍ୟ ଅଭିଯୁକ୍ତ ଜୟ ପ୍ରସାଦ ବେହେରା କୁ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୨୬ ରେ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ସ୍ଥଳେ ଅତିରିକ୍ତ ଏକ ମାସ ଜେଲ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି। । ରାଜ୍ୟ ସରକାର ଙ୍କ ତରଫରୁ ସହକାରୀ ସରକାରୀ ଓକିଲ ଶ୍ରୀ ବିବତ୍ସ କୁମାର ନେଗୀ ମାମଲା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନିଆଁ ଲାଗି ପୋଡ଼ି ଗୁରୁତର ଆହତ ଗର୍ଭବତୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ 

Sunil Chandra Nayak

ନୂଆପଡ଼ା ଜିଲ୍ଲା ସୀମାନ୍ତ ରୁ ଆଠ କିଲୋମିଟର ଦୂରତା ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଇନ୍ଦାଗାଁ ନିକଟସ୍ଥ ଆଟଙ୍ଗ ଜଙ୍ଗଲ ରେ ମାଓବାଦୀ ଓ ଆନ୍ତ ରାଜ୍ୟ ଯବନ ଙ୍କ ମଧ୍ୟରେ ଗୁଳି ବିନିମୟ,ଯୁଗ୍ମ ଅପରେସନ ଜାରି 

masiha

ଚୋରା ମୋବାଇଲ୍ ର଼୍ୟାକେଟ୍‌ର ପର୍ଦ୍ଦାଫାଶ: ପଶ୍ଚିମବଙ୍ଗର ୨ ଗିରଫ,୨୬ ମୋବାଇଲ,୩୯ ବ୍ୟାଟେରୀ ଓ ସିମ୍ କାର୍ଡ ଜବତ 

Sunil Chandra Nayak

Leave a Comment

error: Content is protected !!