ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚଣାବରୀ ଠାରେ ମାଓ ବ୍ୟାନର  ଜଙ୍ଗଲ କାଟୁଥିବା ଲୋକଙ୍କୁ ହତ୍ୟା ଧମକ 

ଚଣାବରୀ ଠାରେ ମାଓ ବ୍ୟାନର 

ଜଙ୍ଗଲ କାଟୁଥିବା ଲୋକଙ୍କୁ ହତ୍ୟା ଧମକ 

ରାଇଘର ୬/୯(କିରଣ ପଟ୍ଟନାୟକ ) ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ନାକଟିସିମୋଡ଼ା ପଞ୍ଚାୟତର ଚଣାବରୀ ଠାରେ ମାଓ ବ୍ୟାନର ମରାଯାଇଥିବା ଦେଖିବାକୁ ମିଳିଥିଲା l ଦୀର୍ଘ ଦିନ ବ୍ୟବଧାନ ପରେ ସ୍ଥାନୀୟ ଅଞ୍ଚଳରେ ଏଭଳି ମାଓ ବ୍ୟାନର ଦେଖିବାକୁ ମିଳିଥିବା ବେଳେ ଏହି ବ୍ୟାନରରେ ଜଂଗଲ କାଟି ସଫା କରୁଥିବା କିଛି ଲୋକଙ୍କୁ ହତ୍ୟା ଧମକ ଦିଆ ଯାଇଛି l 

     ସୂଚନା ଅନୁଯାଇ କୁସୁମପୁର ଓ ନାକଟିସିମୋଡ଼ା ସଂରକ୍ଷିତ ଜଙ୍ଗଲ ଦିନକୁ ଦିନ ପଦା ହେଉଥିବା ବେଳେ ଏହାକୁ ନେଇ ମାଓବାଦୀ ବାରମ୍ବାର ପ୍ରତିକ୍ରିୟା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି l ଆଜି ଉକ୍ତ ଅଂଚଳର କିଛି ଲୋକଙ୍କୁ ସିଧା ସଳଖ ଦୋଷାରୋପ କରି ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବାକୁ ଧମକ ଦେଇଛନ୍ତି l କୁସୁମପୁର ଗ୍ରାମର ସତ୍ୟ ଗଣ୍ଡ, ସନ୍ତୁ , ରାମଦାସ , ରାମଦୟା ଗଣ୍ଡ ଏବଂ ନାକଟିସିମୋଡ଼ା ଗ୍ରାମର ପିଲକ ହରିଜନ , ନରସିଂ , ବୁଦରାମ , ସିଉଲାଲ୍ , ଆଶାରାମ୍ ଗଣ୍ଡଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ବ୍ୟାନର ରେ ଉଲ୍ଲେଖ ରହିଛି | ଜଂଗଲ ସୁରକ୍ଷା କରିବା ସହ ଗ୍ରାମସଭା କୁ ଗୁରୁତ୍ବ ଦେବାକୁ ଉଲ୍ଲେଖ ରହିଥିବା ବେଳେ ଏହି ବ୍ୟାନର ସୀତାନଦୀ ଏରିଆ କମିଟି ପକ୍ଷରୁ ମରାଯାଇଥିବା ଜଣାପଡିଛି |

କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନଦୀ ପଠାରୁ ୩୦୦ ଲିଟର ଦେଶୀ ମଦ ସମେତ ୨ ହଜାର ଲିଟର ପୋଚ ଜବତ

Sunil Chandra Nayak

ଯାତ୍ରାରେ ଗଣ୍ଡଗୋଳ ମାମଲା ; ୪ ଗିରଫ 

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ;୪୯ ଲି ଦେଶୀ ମଦ ଜବତ ସହ ୩ ଜଣଙ୍କ ନାମରେ ମାମଲା ରୁଜୁ

Leave a Comment

error: Content is protected !!